ନନ୍ଦିଘୋଷ ବ୍ୟୁରୋ : ତେଜିଲା MMDR ପଲିଟିକ୍ସ । କଳିଙ୍ଗ ଷ୍ଟାଡିୟମରେ ଖୋଲା ବିତର୍କ ଡାକନ୍ତୁ ବୋଲି ରାଜ୍ୟ ସରକାରଙ୍କ ନିକଟରେ ଦାବି କଲେ ପିସିସି ସଭାପତି ଭକ୍ତଚରଣ ଦାସ । ଏହାସହ ବିଜେପି ରାଜ୍ୟ ସଭାପତିଙ୍କୁ ପିସିସି ସଭାପତି ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । MMDR ଉପରେ କଳିଙ୍ଗ ଷ୍ଟାଡିୟମରେ ଖୋଲା ବିତର୍କ ଡାକନ୍ତୁ ରାଜ୍ୟ ସରକାର । କେନ୍ଦ୍ର ଖଣି ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟମନ୍ତ୍ରୀଙ୍କୁ ବିତର୍କ ପାଇଁ ନିମନ୍ତ୍ରଣ ଦିଅନ୍ତୁ ।
ରାଜ୍ୟର କଣ କ୍ଷତି ହେଉଛି ଆମେ ପ୍ରମାଣ ସହ କହିବୁ ବୋଲି କହିଛନ୍ତି ଭକ୍ତ । ବିତର୍କ ରାଜ୍ୟ ସରକାର ଆୟୋଜନ କରନ୍ତୁ । MMDR ବିଲ ପାସ ବେଳେ କାହିଁକି ବିଜେପି ସାଂସଦମାନେ ଚୁପ ବସିଲେ ? ଯେତେବେଳେ କି ଓଡିଶା ନିଜ ଖଣି ସ୍ୱାଧୀନତା ହରାଉଛି ସେତେବେଳେ ବିଜେପି ଚୁପ କାହିଁକି ରହିଲା ? ବକେୟା ୧ ଲକ୍ଷ କୋଟି କାହିଁକି ଓଡିଶା ଆଦାୟ କଲା ନାହିଁ ? ବାର୍ଷିକ ରାଜସ୍ୱ କ୍ଷତି କିଏ ଭରଣା କରିବ ? ଡବଲ ଇଞ୍ଜନ ସରକାର କଣ ଓଡିଶାକୁ ବିକ୍ରି କରିଦେବା ପାଇଁ କି ବୋଲି ପ୍ରଶ୍ନ କରିଛନ୍ତି ଭକ୍ତ ।

