ନନ୍ଦିଘୋଷ ବ୍ୟୁରୋ : ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ରାଜଧାନୀରେ ନକଲି ଛେନା ଓ ପନିର ବିରୋଧରେ ଜୋରଦାର ଯାଞ୍ଚ ଆରମ୍ଭ କରିଛି BMC ସ୍ୱାସ୍ଥ୍ୟ ବିଭାଗ। ବିଭିନ୍ନ ମିଠା ଦୋକାନରେ ଚଢ଼ାଉ କରି ମିଠା ପ୍ରସ୍ତୁତିରେ ବ୍ୟବହୃତ ଛେନା, ପନିର ସମେତ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ମାନ ଯାଞ୍ଚ କରାଯାଉଛି।
ବିଶେଷକରି କେମିକାଲ୍ କିମ୍ବା ଅସ୍ୱାସ୍ଥ୍ୟକର ଉପାୟରେ ପ୍ରସ୍ତୁତ ପନିର ଓ ଛେନା ବିକ୍ରି ହେଉଛି କି ନାହିଁ, ସେନେଇ ଟିମ୍ର ନଜର ରହିଛି। CRP ଛକ ସମେତ ରାଜଧାନୀର ବିଭିନ୍ନ ଅଞ୍ଚଳର ମିଠା ଦୋକାନରେ ଏହି ଯାଞ୍ଚ ଜାରି ରହିଛି। ନିୟମ ଉଲ୍ଲଂଘନ କିମ୍ବା ନିମ୍ନମାନର ସାମଗ୍ରୀ ମିଳିଲେ ନମୁନା ସଂଗ୍ରହ କରାଯିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ପାର୍ବଣ ସମୟରେ ମିଠାର ଚାହିଦା ବଢ଼ୁଥିବାରୁ ନକଲି ଛେନା ଓ ପନିରର କାରବାର ଉପରେ ରୋକ୍ ଲଗାଇବାକୁ ଏହି ଚଢ଼ାଉ ଜୋରଦାର କରାଯାଇଛି। ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳୁଥିବା ବ୍ୟବସାୟୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବା ଉପରେ BMC ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେଇଛି।

