spot_img

Latest Posts

ମାଷ୍ଟରକ୍ୟାଣ୍ଟିନ ହିଂସା ପରେ କ୍ଷମା ମାଗିଲେ ଅନଲାଇନ ଅଟୋ ସଂଘ ସଭାପତି

ନନ୍ଦିଘୋଷ ବ୍ୟୁରୋ : ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ଅନଲାଇନ ଅଟୋ ସଂଘର ସଭାପତି ଦୀନବନ୍ଧୁ ନାୟକ। ସେଦିନ ଘଟିଥିବା ଅଘଟଣ ପାଇଁ ସେ ଜନସାଧାରଣଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି।

୧୪ ମିନିଟର ଏକ ଭିଡିଓ ବାର୍ତ୍ତା ଜାରି କରି ଦୀନବନ୍ଧୁ ଡ୍ରାଇଭରମାନଙ୍କ ସପକ୍ଷରେ ନିଜର ମତ ରଖିଛନ୍ତି। ଡ୍ରାଇଭରମାନଙ୍କ ହକ୍ ପୂରଣ ହେଉନଥିବାରୁ ବାଧ୍ୟ ହୋଇ ଆନ୍ଦୋଳନର ପନ୍ଥା ଆପଣାଇଥିବା ସେ ଭିଡିଓ ବାର୍ତ୍ତାରେ କହିଛନ୍ତି। ଅନ୍ୟପଟେ, ମାଷ୍ଟରକ୍ୟାଣ୍ଟିନ ଗଣ୍ଡଗୋଳ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଘଟଣାରେ ୧୧୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ। ଏହାସହ ୩୫୪ଟି ଗାଡ଼ି ଜବତ କରାଯାଇଛି। ଘଟଣାକୁ ନେଇ ଖାରବେଳନଗର ଥାନାରେ ୭ଟି ଏଫଆଇଆର୍ ରୁଜୁ ହୋଇଛି। ସେପଟେ ଟ୍ୟାକ୍ସି ଆସୋସିଏସନର ଘର ଉପରେ ମଧ୍ୟ ବୁଲଡୋଜର ଚାଲିଥିବା ଜଣାପଡ଼ିଛି। ଏହାସହ ଅଭିଯୁକ୍ତ ଗାଡ଼ି ମାଲିକମାନେ ଚଳାଉଥିବା ଗାଡ଼ିର ପରମିଟ୍ ଓ ଆରସି କାହିଁକି ବାତିଲ କରାଯିବ ନାହିଁ, ସେନେଇ ପରିବହନ ବିଭାଗ ପକ୍ଷରୁ ସୋ’ କଜ୍ ନୋଟିସ୍ ଜାରି କରାଯାଇଛି।

Latest Posts

Don't Miss