spot_img

Latest Posts

ବନ୍ୟା ସ୍ଥିତିକୁ ନେଇ ସରକାର ଉପରେ ବର୍ଷିଲା ବିଜେଡି, ସୋର-ସିମୁଳିଆରେ ବନ୍ୟାଞ୍ଚଳ ପରିଦର୍ଶନ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟର ବନ୍ୟା ପରିସ୍ଥିତିକୁ ନେଇ ସରକାର ଓ ପ୍ରଶାସନ ବିରୋଧରେ ବର୍ଷିଛି ବିଜେଡି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପ୍ରତିନିଧି ଦଳ ବାଲେଶ୍ୱର ଜିଲ୍ଲାର ସୋର ଓ ସିମୁଳିଆ ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ପରଖିଛି।

ବନ୍ୟା ପ୍ଲାବିତ ବିଭିନ୍ନ ଗାଁରେ ପହଞ୍ଚି ବିଜେଡି ଟିମ୍ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟା ବୁଝିଛି। ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ରିଲିଫ୍ ଓ ସହାୟତା ମିଳୁନଥିବା ଅଭିଯୋଗ କରିଛି ଦଳ। ବନ୍ୟା ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳ, ଶୁଖିଲା ଖାଦ୍ୟ ଓ ପଲିଥିନ ଭଳି ମୌଳିକ ସହାୟତା ମଧ୍ୟ ଠିକ୍ ଭାବେ ପହଞ୍ଚୁନଥିବା ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି। ବନ୍ୟା ବିପନ୍ନଙ୍କୁ ତୁରନ୍ତ ଆବଶ୍ୟକୀୟ ରିଲିଫ୍ ସାମଗ୍ରୀ ଯୋଗାଇବା ସହ ଚିକିତ୍ସା ସେବା, କୃଷି ଋଣ ଛାଡ଼ ଏବଂ କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ବିଜେଡି ପକ୍ଷରୁ ଦାବି କରାଯାଇଛି। ଏହି ପ୍ରତିନିଧି ଦଳରେ ସୋର ବିଧାୟକ ମାଧବ ଧଡ଼ା, ଜିଲ୍ଲା ପରିଷଦ ସଦସ୍ୟ ଜୟୀରାମ ଦାସ, ସ୍ଥାନୀୟ ସରପଞ୍ଚ ଓ ଯୁବ ନେତା ଶୁଭେନ୍ଦୁ ମଙ୍ଗରାଜଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Latest Posts

Don't Miss