spot_img

Latest Posts

ପ୍ରସ୍ତାବିତ ଡ୍ୟାମ୍‌କୁ ଗ୍ରାମବାସୀଙ୍କ ବିରୋଧ, ବିସ୍ଥାପନ ଆଶଙ୍କାରେ ୨୫ ଗାଁର ୫ ହଜାର ଲୋକ

ନନ୍ଦିଘୋଷ ବ୍ୟୁରୋ: ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ଅଞ୍ଚଳରେ ପ୍ରସ୍ତାବିତ ଡ୍ୟାମ୍‌ ନିର୍ମାଣକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଡ୍ୟାମ୍‌ ନିର୍ମାଣ ହେଲେ ୨୫ଟି ଗାଁର ପ୍ରାୟ ୫ ହଜାର ଲୋକ ବିସ୍ଥାପିତ ହେବା ସହ ଘର, ଜମି ଓ ଜୀବିକା ପ୍ରଭାବିତ ହେବ ବୋଲି ଗ୍ରାମବାସୀ ଆଶଙ୍କା କରିଛନ୍ତି। ଏହାର ପ୍ରତିବାଦରେ ଶହ ଶହ ଗ୍ରାମବାସୀ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରସ୍ତାବିତ ଯୋଜନା ଅନୁଯାୟୀ, ସପ୍ତଧାରା ଓ ଗାରିଆ ନଦୀ ଉପରେ ଦୁଇଟି ଜଳାଶୟ ନିର୍ମାଣ କରାଯିବ। ଏହି ପ୍ରକଳ୍ପ ମାଧ୍ୟମରେ ମାଲକାନଗିରି, ଖଇରପୁଟ ଓ ମାଥିଲି ବ୍ଲକର ୩୭ ହଜାରରୁ ଅଧିକ ହେକ୍ଟର ଜମିକୁ ଜଳସେଚନ କରିବାର ଯୋଜନା ରହିଛି। ତେବେ ପ୍ରକଳ୍ପର ଲାଭ ଅପେକ୍ଷା ଏହାର ପ୍ରଭାବକୁ ନେଇ ଗ୍ରାମବାସୀ ଚିନ୍ତିତ ଅଛନ୍ତି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଡ୍ୟାମ୍‌ ନିର୍ମାଣ ହେଲେ ୨୫ଟି ଗାଁ ପ୍ରଭାବିତ ହେବ। ଅନେକ ପରିବାର ନିଜ ଘର, ଚାଷଜମି ଓ ଜୀବିକା ହରାଇ ବିସ୍ଥାପିତ ହେବାର ଆଶଙ୍କା ରହିଛି। ଏନେଇ ବାରମ୍ବାର ପଲ୍ଲୀସଭା ଓ ଗ୍ରାମସଭାରେ ସରକାରୀ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବା ସେମାନେ ଅଭିଯୋଗ କରିଛନ୍ତି। ସେପଟେ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, ସର୍ଭେ ତଥ୍ୟ ଆଧାରରେ ସମସ୍ତ ଦିଗକୁ ବିଚାର କରାଯିବ। ପ୍ରଭାବିତ ଲୋକଙ୍କ ଥଇଥାନ ଓ ପୁନର୍ବାସ ସମ୍ପର୍କରେ ନିୟମ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

Latest Posts

Don't Miss