spot_img

Latest Posts

ଇମରାନ ଖାନଙ୍କୁ ୪୮ ଘଣ୍ଟା ମଧ୍ୟରେ ହସ୍ପିଟାଲ ସ୍ଥାନାନ୍ତର ନିର୍ଦ୍ଦେଶ, ମେଡିକାଲ ବୋର୍ଡ ଗଠନ କଲେ ପାକ୍ ସୁପ୍ରିମକୋର୍ଟ

ନନ୍ଦିଘୋଷ ବ୍ୟୁରୋ; ୪୮ ଘଣ୍ଟା ଭିତରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ତୁରନ୍ତ ଜେଲରୁ କର ସ୍ଥାନାନ୍ତର। ସରକାରଙ୍କୁ ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି ପାକ୍ ସୁପ୍ରିମକୋର୍ଟ। ବିଭିନ୍ନ ମାମଲାରେ ଛନ୍ଦି ହୋଇ ୩ ବର୍ଷରୁ ଅଧିକ ଦିନ ଧରି ଜେଲରେ ବନ୍ଦୀ ରହିଛନ୍ତି ଇମରାନ ଖାନ। ତାଙ୍କୁ ତୁରନ୍ତ ଇସଲାମାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଜେଲରେ ଇମରାନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଥିବାରୁ ଏହି ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଆସନ୍ତା ସେପ୍ଟେମ୍ବର ୧୬ ଯାଏ ଇମରାନଙ୍କୁ ଇସଲାମାବାଦର ସିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲରେ ଭର୍ତ୍ତି କରିବା ଲାଗି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଇମରାନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ଲାଗି ଏକ ମେଡିକାଲ ବୋର୍ଡ ଗଠନ ଲାଗି ବି ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଏହି ବୋର୍ଡରେ ରହିବ ଇମରାନଙ୍କ ବ୍ୟକ୍ତିଗତ ଡାକ୍ତର ଓ ଭଉଣୀ ଡାକ୍ତର ଆଲିମା ଖାନ। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ସ୍ବାଗତ କରିଛନ୍ତି ଇମନାରଙ୍କ ପରାମର୍ଶଦାତା ଜୁଲିଫକର ଅଲି ବୁଖାରି। ଗତ ସୋମବାର ୭୩ ବର୍ଷ ବୟସ୍କ ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନଙ୍କ ସ୍ବାସ୍ଥ୍ୟ ସଂକ୍ରାନ୍ତ ରିପୋର୍ଟରେ କୁହାଯାଇଥିଲା- ତାଙ୍କ ଦେହ ପ୍ରାୟ ସୁସ୍ଥ ରହିଛି। ତେବେ ୬ ମାସ ପୂର୍ବେ ଇମରାନଙ୍କ ଓକିଲ କହିଥିଲେ- ପିଟିଆଇ ନେତା ତାଙ୍କର ଡାହାଣ ଆଖିରେ ୮୫ ପ୍ରତିଶତ ଦୃଷ୍ଟିଶକ୍ତି ହରାଇଛନ୍ତି।

Latest Posts

Don't Miss