spot_img

Latest Posts

ମଶାଜନିତ ରୋଗ ନେଇ ସତର୍କତା: ୧୦୪ ହେଲ୍ପଲାଇନ୍ ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ନନ୍ଦିଘୋଷ ବ୍ୟୁରୋ; ବର୍ଷା ଦିନରେ ଭେକ୍ଟର ବାହିତ ରୋଗ ପ୍ରତିରୋଧ ପାଇଁ ଗାଇଡଲାଇନ ଜାରି କଲା ସ୍ୱାସ୍ଥ୍ୟ ବିଭାଗ । ଏଥିପାଇଁ ୧୦୪ ହେଲ୍ସଲାଇନ୍ ନମ୍ବର ଜାରି କରାଯାଇଛି । ବର୍ଷା ଋତୁରେ ମଶା ବଂଶ ବୃଦ୍ଧି ପାଇବା ଏବଂ ମ୍ୟାଲେରିଆ, ଡେଙ୍ଗୁ ଓ ଜାପାନୀ ଜ୍ୱର ଭଳି ରୋଗ ବ୍ୟାପିବାର ଆଶଙ୍କା ଅଧିକ ଅଛି । ଏଥୁରୁ ରକ୍ଷା ପାଇବା ପାଇଁ ସାବଧାନତା ଅବଲମ୍ବନ କରିବାକୁ କୁହାଯାଇଛି । ଘର ପାଖ ପରିବେଶ ସଫା ସୁତୁରା ରଖିବା, ଘର ପାଖରେ ଜମୁଥୁବା ପାଣିକୁ ସପ୍ତାହରେ ଅନ୍ତତଃ ଥରେ ନିଷ୍କାସନ କରିବା, ଘରେ କିମ୍ବା ଘର ପାଖରେ ଥିବା ଫୁଲ କୁଣ୍ଡ, ପାଣି ଟାଙ୍କି, କୁଲର ଏବଂ ଫ୍ରିଜ୍‌ର ପଛପଟେ ଥିବା ଡିଫ୍ରଷ୍ଟ ୱାଟର ଚାମ୍ବର ଆଦିକୁ ସପ୍ତାହକୁ ଥରେ ପାଣି ବାହାର କରି ପରିଷ୍କାର ରିଖିବା, ଘର ପାଖରେ ଥିବା ଭଙ୍ଗା ଡବା, ବୋତଲ, ପୁରୁଣା ଛିଣ୍ଡା ଟାୟାର, କଟା ପଇଡ଼, ନଡ଼ିଆ ଷଢ଼େଇ, କୋଡୁଆ, ବାଉଁଶ ଗଛର କଟା ଯାଇଥିବା ମୂଳ ଅଂଶ ଆଦି ସବୁକୁ ନଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି । ମ୍ୟାଲେରିଆ ପ୍ରବଣ ଅଞ୍ଚଳରେ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଛି । ଶରୀରକୁ ପୁରା ଘୋଡ଼ାଇଲା ଭଳି ପୋଷାକ ପିନ୍ଧିବା ସହ ଆବଶ୍ୟକ ସ୍ଥଳେ ମଶା ନିବାରକ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।

Latest Posts

Don't Miss