spot_img

Latest Posts

ପଶ୍ଚିମବଙ୍ଗରେ ଡବଲ୍ ମର୍ଡର, କଂଗ୍ରେସ ନେତା ଓ ପୁଅଙ୍କୁ ଗୁଳି କରି ହତ୍ୟା

ପଶ୍ଚିମବଙ୍ଗ; ପଶ୍ଚିମବଙ୍ଗ ନଦିଆ ଜିଲ୍ଲା ନାକାଶିପାଡାରେ କଂଗ୍ରେସର ପୂର୍ବତନ କମିଟି ସଦସ୍ୟ ଓ ନଦିଆ ଜିଲ୍ଲା କଂଗ୍ରେସ ନେତା ଏବଂ ତାଙ୍କ ପୁଅଙ୍କୁ ହତ୍ୟା କରାଯାଇଛି। ଅନିସୁର ଶେଖ ଏବଂ ପୁଅ ଆବୁ ସୁଫିଆନଙ୍କୁ କରାଯାଇଛି ହତ୍ୟା। ବେଥୁଆ ଦୋହରି ବଜାରରୁ ଘରକୁ ଫେରୁଥିବା ସମୟରେ, ନାଗାଡି ରେଳ ଫାଟକ ନିକଟରେ ସେମାନଙ୍କ ଚାରିଚକିଆ ଗାଡିକୁ ପଥର ଓ ବୋମା ମାଡ଼ରେ ଅଟକାଇ ଗୁଳି ଚାଳନା କରାଯାଇଥିଲା। ଏହି ଘଟଣାରେ ନାକାଶିପାଡା ବ୍ଲକ କଂଗ୍ରେସ ସଭାପତି ଅନିସୁର ଶେଖ ଏବଂ ତାଙ୍କ ପୁଅ ଆବୁ ସୁଫିଆନଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଲୋକମାନେ ରକ୍ତାକ୍ତ ଅବସ୍ଥାରେ ଦୁଇଜଣଙ୍କୁ ବେଥୁଆ ଦୋହରି ଇଷ୍ଟେଟ୍ ଜେନେରାଲ୍ ହସ୍ପିଟାଲକୁ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ  ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ନାକାଶିପାଡା ଥାନା ପୋଲିସ କାରକୁ ଅଟକାଇ ଏତେ ନିର୍ମମ ହତ୍ୟା କରିଛି କିମ୍ବା ଏହି ହତ୍ୟାର କାରଣ କଣ ତାହା ତଦନ୍ତ ଆରମ୍ଭ କରିଛି। ଯଦିଓ ପୋଲିସ ଏପର୍ଯ୍ୟନ୍ତ ଏହି ଘଟଣାରେ କିଛି ଘଣ୍ଟା ପରେ ସନ୍ଦେହ ଘେରରେ 5 ଜଣକୁ ଅଟକ ରଖି ପଚରାଉଚରା କରୁଛି ମୃତକଙ୍କ ପରିବାର ଏବଂ ସ୍ଥାନୀୟ କଂଗ୍ରେସ ନେତୃତ୍ୱ ବେଥୁଆ ଦୋହରି ଇଷ୍ଟେଟ୍ ଜେନେରାଲ୍ ହସ୍ପିଟାଲରେ ପହଞ୍ଚି ସାରିଛନ୍ତି। ଅନ୍ୟପକ୍ଷରେ, କୃଷ୍ଣନଗର ପୋଲିସ ଜିଲ୍ଲା ପୋଲିସ ଅଧିକ୍ଷକ ଅତୁଲ ଭି ଏବଂ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର ସବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ କୁ ପଠାଇଛନ୍ତି ଓ ସମସ୍ତ ନମୁନା ସଂରହ୍ କରି ଛନ୍ତି । ଏହି ହତ୍ୟା କୁ ନେଇ ପଶ୍ଚିମବଙ୍ଗ ରାଜ୍ୟ ରାଜନୀତି ସରଗରମ ହେଉଛି  ।

Latest Posts

Don't Miss