spot_img

Latest Posts

ମହଙ୍ଗା ପଡ଼ିଲା ପାନ ମସଲା ବିଜ୍ଞାପନ, ଶାହାରୁଖ-ଅଜୟ-ଟାଇଗରଙ୍କୁ ଏଫଡିଏ ନୋଟିସ୍

ମହାରାଷ୍ଟ୍ର; ମହଙ୍ଗା ପଡ଼ିଲା ତମାଖୁ କମ୍ପାନିର ବିଜ୍ଞାପନ। ଚଳଚ୍ଚିତ୍ର ତାରକା ଶାହାରୁଖ ଖାନ, ଅଜୟ ଦେବଗନ ଓ ଟାଇଗର ଶ୍ରଫଙ୍କ ବିରୋଧରେ ନୋଟିସ ଜାରି କଲା ଏଫଡିଏ। ମହାରାଷ୍ଟ୍ର ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ ବା ଏଫଡିଏ ପକ୍ଷରୁ ୩ ଜଣଙ୍କୁ ନୋଟିସ ଜାରି କରାଯାଇଛି। ରାଜ୍ୟରେ ନିଷିଦ୍ଧଘୋଷିତ ପାନ ମସଲା ଲାଗି ସେମାନେ ବିଜ୍ଞାପନରେ ସାମିଲ ହୋଇଥିବାରୁ ଏହି ନୋଟିସ ଜାରି କରାଯାଇଛି। ଏହି ପାନ ମସଲାର ବିକ୍ରି ଓ ପ୍ରମୋସନ ଉପରେ ନିଷେଧାଦେଶ ଜାରି କରିଥିଲା ମହାରାଷ୍ଟ୍ର ଏଫଡିଏ। ତଥାପି ସେମାନେ ନିର୍ଦ୍ଦେଶ ଉଲ୍ଲଂଘନ କରି ଏହାର ପ୍ରମୋସନ କରିଥିଲେ। ଫୁଡ ସେଫ୍ଟି ଆଣ୍ଟ ଷ୍ଟାଣ୍ଡାର୍ଡସ୍ ଆକ୍ଟ-୨୦୦୬ ଅନୁସାରେ ଏହି ନୋଟିସ ଜାରି ହୋଇଛି। ମହାରାଷ୍ଟ୍ରରେ ୨୦୧୨ରୁ ତମାଖୁ ଓ ନିକୋଟିନଯୁକ୍ତ ଗୁଟଖା ଓ ପାନ ନିଷିଦ୍ଧ କରାଯାଇଛି। ଏପରିକି ମହାରାଷ୍ଟ୍ର କଣ୍ଟ୍ରୋଲ ଅଫ ଅର୍ଗାନାଇଜଡ କ୍ରାଇମ ଆକ୍ଟ ବା MCOCA ଅନୁସାରେ ପୋଲିସ ଜରିଆରେ କାର୍ଯ୍ୟାନୁଷ୍ଠାନର ଅଧିକାର ପାଇଛି ଏଫଡିଏ ।

Latest Posts

Don't Miss