spot_img

Latest Posts

ସାର ଦାମ ଆକାଶ ଛୁଆଁ,ଚାଷୀଙ୍କ ମୁଣ୍ଡରେ ଋଣ ବୋଝ

ଚାଷୀଙ୍କୁ ଘାରିଛି ସାର ଟେନସନ ।  ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଂଚଳରେ ସାରର  ଅହେତୁକ ଦର ବୃଦ୍ଧି ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଲାଣି ।  ସାର ଦାମ ୩ ଗୁଣା, ଆଉ ବଜାରରେ କଳାବଜାରୀର ରାଜ। ଚାଷୀର ଖର୍ଚ୍ଚ ଲକ୍ଷେ, ଆୟ ଅଧା । କିଭଳି ଶୁଝିବେ ଋଣ, ଘାରିଛି ଚିନ୍ତା  । ଚାଷୀଙ୍କୁ ଘାରିଛି ସାର ଟେନସନ। ଡିଏପି, ୟୁରିଆ ଓ ଗ୍ରୋମରର ଅହେତୁକ ଦର ବୃଦ୍ଧି ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଲାଣି । ଏଭଳି ସ୍ଥିତିରେ ଚାଷ କାର୍ଯ୍ୟ କିଭଳି କରିବେ, କିଭଳି ଋଣ ଶୁଝିବେ ସେହି ଚିନ୍ତାରେ ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଂଚଳର ଚାଷୀ।  ଓଳଙ୍ଗର, ଓସ୍ତପୁର, ଖଣ୍ଡାସାହି, ବେଗୁନିଆବସ୍ତ, ଝାରିଆ  ଗାଁ  ହେଉଛି ପନିପରିବାର ଭଣ୍ଡାର। ଏଠାର ବାଇଗଣ, ପୋଟଳ, କଲରା, ଟମାଟୋ,କୋବି କେବଳ ଅସ୍ତରଙ୍ଗ ବଜାର ନୁହେଁ, ପୁରୀ, କଟକ, ଜଗତସିଂହପୁର ଜିଲ୍ଲାକୁ ଯାଇଥାଏ । ଗତବର୍ଷ DAP ଥିଲା ୧୩ଶହ ଟଙ୍କା, ଆଜି ୨ହଜାର । ଗ୍ରୋମର ୧୭ଶହରୁ ୨୮ଶହ, ୟୁରିଆ ୫ଶହରୁ ୮ଶହ, ପଟାସ ୧୫ଶହରୁ ୨୩ଶହ ଟଙ୍କାରେ ପହଞ୍ଚିବା ସହ କୀଟନାଶକ ଦର ମଧ୍ୟ ଆକାଶଛୁଆଁ। ଚଳିତ ବର୍ଷ ବାଇଗଣ ଚାଷ କରି ଭଲ ଲାଭ ଆଶା ରଖିଥିଲେ ଚାଷୀ । କିନ୍ତୁ ସାର ଓ କୀଟନାଶକର ଦାମ ସେମାନଙ୍କ ସ୍ୱପ୍ନ ଭାଙ୍ଗି ଦେଇଛି।  ସମବାୟ ଓ ବଜାରରେ ମିଳୁନି ସାର। ସୁଯୋଗ ନେଉଛନ୍ତି କଳାବଜାରୀ । ବାଧ୍ୟ ହୋଇ ଚାଷୀ ଅଧିକ ଟଙ୍କା ଦେଇ କିଣୁଛି।  ଓଳଙ୍ଗରରୁ ଝାରିଆ ପର୍ଯ୍ୟନ୍ତ ଶତାଧିକ ପରିବା ଚାଷୀ ଆଜି ଦେବାଳିଆ ଅବସ୍ଥାରେ। ସରକାର ଦରରେ ନିୟନ୍ତ୍ରଣ ରଖିବା ସହ ପର୍ଯ୍ୟାପ୍ତ ସାର ଯୋଗାଇଦେବାକୁ ଦାବି ହୋଇଛି । ସେପଟେ ଲଗାଣ ବର୍ଷା ସହ ରାଜ୍ୟରେ ବନ୍ୟା ପରିସ୍ଥିତି ସମସ୍ୟା ବଢ଼ାଇଛି।

Latest Posts

Don't Miss