spot_img

Latest Posts

ପୁରୀ ନବନିର୍ମିତ ମାର୍କେଟ କମ୍ଲେକ୍ସ ପାଲଟିଲାଣି ଭୂତକୋଠି

ପୁରୀରେ କାମରେ ଆସୁନି ନବନିର୍ମିତ ମାର୍କେଟ କମ୍ଲେକ୍ସ । ସାଧାରଣ ଲୋକଙ୍କ ସୁବିଧା ପାଇଁ ସରକାରଙ୍କ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା କମ୍ପ୍ଲେକ୍ସ । ମହାନଗର ନିଗମ ହେବା ପରେ ମଧ୍ୟ ସହରର ପ୍ରମୁଖ ସ୍ଥାନରେ ଦୋକାନ ଗୁଡିକ ବନ୍ଦ ପଡି ରହିଛି । ଯାହାକୁ ନେଇ ପ୍ରଶାସନିକ ଉଦାସୀନତା ଉପରେ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ । ତେବେ ଦୋକାନ ଆବଣ୍ଟନ କାର୍ଯ୍ୟ ସରିଥିବା ସତ୍ତ୍ବେ ଦୋକାନ ଖୋଲାଯାଉ ନଥିବାରୁ ପ୍ରଶାସନ ନୋଟିସ କରିଥିବା ବେଳେ ଏନେଇ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।କାମରେ ଆସୁନି ମାର୍କେଟ କମ୍ପ୍ଲେକ୍ସ । ଆବଣ୍ଟନ ସତ୍ତ୍ବେ ଖୋଲୁନି ଦୋକାନ । ଭୂତକୋଠି ପାଲିଟିଲାଣି କମ୍ପ୍ଲେକ୍ସ । ପୁରୀ ମାର୍କେଟ ଛକ ପୌର ବଜ଼ାରରେ ହହିଛି ୩୦୫ ଦୋକାନ ଘର । ମୋଚିସାହି ଛକ ମହୋଦଧି ମାର୍କେଟ କମ୍ଲେକ୍ସରେ ଅଛି ୧୫୫ ଦୋକାନ ଗୃହ । ସେହିପରି ଜେଲ ରୋଡ ପାର୍କିଙ୍ଗ ମାର୍କେଟ କମ୍ଲେକ୍ସ କ୍ଷମତା ୨୬୧, ଜଗନ୍ନାଥ ବଲ୍ଲଭ ପାର୍କିଙ୍ଗ ସେଣ୍ଟର ମାର୍କେଟ କମ୍ପ୍ଲେକ୍ସ କ୍ଷମତା ୧୮୦ ଦୋକାନ ଗୃହ । ପୂର୍ବ ସରକାର ସମୟରେ ସାଧାରଣ ଲୋକଙ୍କ ସୁବିଧା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ପୁରୀରେ ନିର୍ମାଣ ହୋଇଥିଲା ଏହି ସ୍ୱତନ୍ତ୍ର ମାର୍କେଟ କମ୍ଲେକ୍ସ। ଯାହା ଏବେ ବି କାର୍ଯ୍ୟକ୍ଷମ ହୋଇ ନଥିବା ବେଳେ ପ୍ରଶାସନିକ ବ୍ୟବସ୍ଥା ପ୍ରତି ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ । ଜଗନ୍ନାଥ ବଲ୍ଲଭ ପାର୍କିଙ୍ଗ ସେଣ୍ଟର ମାର୍କେଟ କମ୍ପ୍ଲେକ୍ସ କୁ ଛାଡି ଅନ୍ୟ ୩ ମାର୍କେଟ କମ୍ଲେକ୍ସରେ ବର୍ତ୍ତମାନ ନାମକୁ ମାତ୍ର ଦୋକାନ ଖୋଲା ଯାଇଛି । ପରିଚାଳନାଗତ ତ୍ରୁଟି ହେତୁ ସାଧାରଣ ଲୋକେ ସୁବିଧା ପାଇବାରୁ ବଞ୍ଚିତ ଅଭିଯୋଗ ହୋଇଛି ।ପୁରୀ ମୋଚି ସାହି ଛକ କମ୍ପ୍ଲେକ୍ସରେ ମାତ୍ର ୧୦ ଟି ଦୋକାନ ଖୋଲିଥିବା ବେଳେ ମାର୍କେଟ ଛକ ପୌର ବଜାରରେ ଖୋଲିଛି ମାତ୍ର ୬୦ ଟି । ସେହିପରି ଜେଲ ରୋଡ ପାର୍କିଙ୍ଗ କମ୍ଲେକ୍ସ ରେ ୨୦ ଟି ଦୋକାନ ଘର ଖୋଲିଛି । ଅନ୍ୟ ସବୁ ବନ୍ଦ ଥିବାରୁ ଏକପ୍ରକାର ଭୂତକୋଠୀ ପାଲଟିଲାଣି । ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ମହାନଗର ନିଗମକୁ ସମସ୍ୟା ସମାଧାନ ପାଇଁ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୋକାନୀ ମାନେ ସମସ୍ତ ଗାଇଡଲାଇନ ପାଳନ ନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଜିଲ୍ଲାପାଳ ସ୍ପଷ୍ଟ କରିଥିବା ବେଳେ ମହାନଗର ନିଗମ କେବଳ ନୋଟିସ କରି ଚୁପ ବସିଥିବା ଜଣାପଡିଛି ।ଧାର୍ମିକ, ଆଧ୍ୟାତ୍ମିକ ତଥା ପର୍ଯ୍ୟଟନ ସହର ପୁରୀରେ ମାର୍କେଟ କମ୍ପ୍ଲେକ୍ସ ମାନଙ୍କରେ ଦୋକାନ ଘର ଖୋଲା ନଯିବ ଓ ଖାଲି ପଡିବା ପ୍ରଶାସନିକ ଅଧିକାରୀ ମାନଙ୍କର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି ।

Latest Posts

Don't Miss