spot_img

Latest Posts

ମାନସିକ ଭାରସାମ୍ୟ ହରାଇ ଜୀବନ ହାରିଲେ CRPF ଯବାନ୍ ଅଶୋକ ବେହେରା !

ନନ୍ଦିଘୋଷ ବ୍ୟୁରୋ : ମାନସିକ ଭାରସାମ୍ୟ ହରାଇ ଜୀବନ ହାରିଲେ CRPF ଯବାନ୍ ଅଶୋକ ବେହେରା l କନ୍ଧମାଳ ଜିଲ୍ଲା  ବାଲିଗୁଡ଼ା ଥାନା ଅନ୍ତର୍ଗତ ନୂଆସାହି ଗାୟତ୍ରୀ କଲୋନୀ ବାସିନ୍ଦା ଅଶୋକ ବେହେରାଙ୍କୁ ବନ୍ଦ କୋଠରୀରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରେ ତାଙ୍କୁ ଚିକିତ୍ସା ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା ବାଲିଗୁଡ଼ା ପୋଲିସ୍ । ତେବେ ଚିକିତ୍ସାଧୀନ ଅବସ୍ଥାରେ ଅଶୋକ ଆଖି ବୁଜିଥିଲେ। ଅଶୋକ ମାନସିକ ଭାରସାମ୍ୟ ହରାଇ ଘର କବାଟ ଦ୍ୱାର ବନ୍ଦ କରି ବିଷ ପିଇ ଦେଇଥିଲ ବୋଲି କୁହାଯାଉଛି। ବହୁ ସମୟ ଧରି ବନ୍ଦ କୋଠରୀରେ ରହିବା ସହ ସାଙ୍ଗ ସାଥୀଙ୍କ ଫୋନ୍ ରିସିଭ୍ ନ କରିବାରୁ ସନ୍ଦେହ ହୋଇଥିଲା । ଏନେଇ ସାହି ପଡ଼ିଶା ଲୋକେ ପୋଲିସକୁ ଖବର ଦେଇଥିଲେ । ବାଲିଗୁଡ଼ା ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଶୋକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ପୋଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ୍ୟୁର ଏଯାବତ୍ ଅସ୍ପଷ୍ଟ ରହିଥିବା ବେଳେ ମୃତ୍ୟୁର କାରଣ ଖୋଜୁଛି ପୁଲିସ । ଗତ କିଛି ଦିନ ହେଵ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ କଳହ ଲାଗି ରହିଥିଲା ବୋଲି ସୂଚନା ମିଳିଛି। ଏନେଇ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ବାଲିଗୁଡ଼ା ପୋଲିସ୍ ।

Latest Posts

Don't Miss