spot_img

Latest Posts

ପାଠ୍ୟପୁସ୍ତକରେ ତ୍ରୁଟି ନେଇ କାର୍ଯ୍ୟାନୁଷ୍ଠାନ, ୪ ଅଧିକାରୀଙ୍କୁ ନିଲମ୍ବନ କରାଗଲା

ଭୁବନେଶ୍ବର : ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ବଡ଼ କାର୍ଯ୍ୟାନୁଷ୍ଠାନ। ୪ ଅଧିକାରୀଙ୍କୁ କରାଗଲା ନିଲମ୍ବନ। ସ୍କୁଲ ବହି ତ୍ରୁଟି ପାଇଁ ଗଠିତ କମିଟି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ସୁପାରିସ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ। ପୂର୍ବତନ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟର ଟିଚର୍ସ ଟ୍ରେନିଂ ଆଣ୍ଡ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସହିତ ୪ ଜଣ ସହକାରୀ ନିର୍ଦ୍ଦେଶକ ହୋଇଛନ୍ତି ନିଲମ୍ବିତ। ତିନି ଜଣ ସହକାରୀ ନିର୍ଦେଶକ ପ୍ରଲିପ୍ତା ମିଶ୍ର, ଦିଲୀପ କୁମାର ସାହୁ, ଓ ଭାରତୀ ଟୁଡୁଙ୍କୁ ନିଲମ୍ବିତ କରାଯାଇଛି। ୬ ଜଣ ସହକାରୀ ନିର୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେମାନେ ହେଲେ ବନ୍ଦିତା ପଟ୍ଟନାୟକ, ମାନସ ରଞ୍ଜନ ରାଉତ, ମନୋରଞ୍ଜନ ମହାପାତ୍ର, ଡକ୍ଟର ପ୍ରଶାନ୍ତ କୁମାର ସାହୁ, ମାନସ କୁମାର ନାୟକ ଏବଂ ଡକ୍ଟର ସୁଦର୍ଶନ ସନ୍ତରା ।ପିଲାଙ୍କ ଶିକ୍ଷା ପାଇଁ କମିଟିର ୧୪ଟି ସୁପାରିସ କାର୍ଯ୍ୟକାରୀ କରାଯିବ। SCERT ପକ୍ଷରୁ ମାଷ୍ଟର ତ୍ରୁଟି ରେଜିଷ୍ଟର ପ୍ରସ୍ତୁତ କରାଯିବ। ସବୁ ପିଲାଙ୍କୁ ସଂଶୋଧିତ ତଥ୍ୟ ପ୍ରଧାନ କରାଯିବ। SCERTରେ କ୍ବାଲିଟି ଆସୁରାନ୍ସ ସେଲ ଖୋଲାଯିବ। ଏହା ସହିତ ଭବିଷ୍ୟତରେ କୌଣସି ପାଠ୍ୟ ପୁସ୍ତକ ଭାଷା, ଚିତ୍ର, ତଥ୍ୟ ଓ ଛପା ହେବାପାଇଁ ଆବଶ୍ୟକ ଅନୁମୋଦନ ବିନା ପ୍ରିଣ୍ଟିଙ୍ଗ ପ୍ରେସକୁ ଯିବ ନାହିଁ।

Latest Posts

Don't Miss