spot_img

Latest Posts

ପୁଣି ପୋଲିସର ଏନକାଉଣ୍ଟର : ୨ ଆହତ

ନନ୍ଦିଘୋଷ ବ୍ୟୁରୋ: ରାଉରକେଲା ସହରର ଝିରପାଣୀ ନଦୀଟୋଲା ନିକଟରେ ପୋଲିସର ଏନକାଉଣ୍ଟର । ତୋଫାନ ବିନ୍ଧାଣୀ ନାମକ ଜଣ ଯୁବକକୁ ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ପୋଲିସ ଧରିବା ପାଇଁ ଉଦ୍ୟମ କରିଥିଲା । ସେହି ସମୟରେ ପୋଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି ମାଡ କରି ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୋଲିସର ପାଲଟା ଗୁଳିମାଡରେ ଦୁଇଜଣ ଅଭିଯୁକ୍ତ ଆହତ ହୋଇଛନ୍ତି । ଗୁଳିମାଡରେ ଆହତ ହୋଇଥିବା ଅଭିଯୁକ୍ତ ହେଲେ ଲଣ୍ଡା ଓରଫ ଶୁଶାନ୍ତ ନାୟକ ଓ ଚିନୁ ହରିପା । ଏହାସହ ଅନ୍ୟ ତିନି ଜଣ ଅଭିଯୁକ୍ତ ରୋହିତ ମୁଖି, ରୋହିତ ହରିପା ଓ ଜନସନ ନାଗଙ୍କୁ ମଧ୍ୟ ଗିରଫ କରାଯାଇଛି। ପୁର୍ବ ଶତୃତାକୁ କେନ୍ଦ୍ର କରି ଓ ନିଶାଦ୍ରବ୍ୟ ଚୋରା କାରବାରକୁ ନେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏନକାଉଣ୍ଟର ସ୍ଥାନରେ ଝିରପାଣି ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିଛନ୍ତ। ଗିରଫ ଅଭିଯୁକ୍ତଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ଦୁଇଟି ଫାର୍ସା ଓ ଗୋଟିଏ ଟାଙ୍ଗିଆ, ଗୋଟିଏ ବନ୍ଧୁକ, ଗୋଟିଏ ମାଗାଜିନ୍, ଗୋଟିଏ ଜୀବନ୍ତ ଗୁଳି, ୩ ଟି ମୋବାଇଲ ଫୋନ୍ ଜବତ କରାଯାଇଛି । ଗତ ୧୬ ତାରିଖ ଅପରାହ୍ନରେ ରାମେଶ୍ବରପାଲ୍ଲୀ ବସ୍ତିର ତୋଫାନ ବିନ୍ଧାଣୀଙ୍କୁ ହତ୍ୟା କରାଯାଇଥିବା ସେକ୍ଟର ୭ ଥାନାରେ ଅଭିଯୋଗ ହୋଇଥିଲା । ୫ ରୁ ଅଧିକ ଯୁବକ ସଙ୍ଘବଦ୍ଧ ଭାବେ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରି ଯୁବକକୁ ହତ୍ୟା କରିଥିବା ସେକ୍ଟର ୭ ଥାନାରେ ଅଭିଯୋଗ ହୋଇଥିଲା ।

Latest Posts

Don't Miss