spot_img

Latest Posts

ସୁନା ଦୋକାନରେ ବଡ଼ ଧରଣର ରେଡ

ଭୁବନେଶ୍ବର : ସୁନା ଦୋକାନରେ ବଡ଼ ଧରଣର ରେଡ। BIS ଲାଇସେନ୍ସ ନ ନେଇ ଦୋକାନରେ ବିକ୍ରି କରୁଥିଲେ BIS ହଲମାର୍କ ସୁନା I ଏଭଳି ଅଭିଯୋଗ ପାଇବା ପରେ ବଡ଼ ଧରଣର ଚଢାଉ ହୋଇଛି । ନନ୍ଦିଘୋଷ ଟିଭି ହାତରେ ଲାଗିଛି ଏକ୍ସକ୍ଲୁସିଭ ଭିଜୁଆଲ । କେନ୍ଦ୍ର ସରକାରଙ୍କ BIS କର୍ତ୍ତୃପକ୍ଷ ସହିତ ଉପଭୋକ୍ତ ଅଧିକାର ସଂଗଠନ ତରଫରୁ ଚାଲିଛି କଡା ଯାଞ୍ଚ । ରାଜଧାନୀର ଝାରପଡାରେ ଥିବା ଏକ ସୁନା ଦୋକାନରେ ଏହି ଯାଞ୍ଚ ଚାଲିଛି I BIS ଲାଇସେନ୍ସ ଅଛି ନା ନାହିଁ ? ବିକ୍ରି ହେଉଥିବା ସୁନାରେ BIS ହଲମାର୍କ ଅଛି କି ନାହିଁ ତାର ହେଉଛି କଡା ଯାଞ୍ଚ । BIS ଲାଇସେନ୍ସ ଅବଧି ସରିଯାଇଥିବା ପରେ ବିକ୍ରିବଟା କରିଥିବାରୁ ସୁନା ଦୋକାନ ଉପରେ ହୋଇପାରେ କଡା କାର୍ଯ୍ୟାନୁଷ୍ଠାନ । ଏକାଧିକ ଛୋଟ ଛୋଟ ଦୋକାନ ବିରୋଧରେ ଅଭିଯୋଗ ଆସିବା ପରେ ଚାଲିଛି ଯାଞ୍ଚ।

Latest Posts

Don't Miss