spot_img

Latest Posts

ବଙ୍ଗୋପ ସାଗରରେ ପାକିସ୍ତାନ ମୁତୟନ କରିବ ବୁଡ଼ାଜାହାଜ

ନନ୍ଦିଘୋଷ ବ୍ୟୁରୋ : ବଙ୍ଗୋପ ସାଗରରେ ପାକିସ୍ତାନ ମୁତୟନ କରିବ ବୁଡ଼ାଜାହାଜ। ୧୯୭୧ ରକ୍ତକ୍ଷୟୀ ଯୁଦ୍ଧ ପରେ ପାକିସ୍ତାନ ପୁଣି ଥରେ ଏହି ଦୁଃସାହସ କରିବ ବୋଲି ସୂଚନା ମିଳିଛି। କରାଚୀରେ ଚୀନ ନିର୍ମିତ ହାଙ୍ଗର କ୍ଲାସ ସବମେରିମ ପହଞ୍ଚିଥିବାବେଳେ ବଙ୍ଗୋପ ସାଗରରେ ଏହାକୁ ମୁତୟନ କରିବା ଲାଗି ବରିଷ୍ଠ ନୌସେନା ଅଫିସର ଯୋଜନା କରୁଥିବା ସୂଚନା ମିଳିଛି। ୧୯୭୧ ଯୁଦ୍ଧରେ ପାକିସ୍ତାନର ସବମେରିନ ପିଏନଏସ ହାଙ୍ଗର ଭାରତର ଆଇଏନଏସ ଖୁକ୍ରିକୁ ଭାରତ-ପାକିସ୍ତାନ ଯୁଦ୍ଧରେ ଡୁବାଇ ଦେଇଥିଲା। ପ୍ରଥମ ଥର ଲାଗି ଭାରତୀୟ ନୌସେନା ଏପରି ବିପଦର ସମ୍ମୁଖୀନ ହୋଇଥିଲା। ୧୯୭୧ ଯୁଦ୍ଧର ୫୫ ବର୍ଷ ପରେ ପାକିସ୍ତାନର ଏହି ଯୋଜନା ପୁଣି ଚର୍ଚ୍ଚାର କାରଣ ପାଲଟିଛି। ଗତ ସପ୍ତାହରେ ହାଙ୍ଗର କ୍ଲାସ ସବମେରିମ କରାଚୀରେ ପହଞ୍ଚିଥିଲା। ପାକିସ୍ତାନ ନୌସେନା ପକ୍ଷରୁ ଏହି ଯୋଜନା ବଙ୍ଗୋପ ସାଗରରେ ପାକିସ୍ତାନର ଉପସ୍ଥିତିକୁ ଜାହିର କରିବ।

Latest Posts

Don't Miss