spot_img

Latest Posts

ଅପରସେନ ଟାଇଗର ପ୍ରସଙ୍ଗ। ଦିଲ୍ଲୀରେ ଶିବସେନା(ୟୁବିଟି)ର ବୈଠକ

ନନ୍ଦିଘୋଷ ବ୍ୟୁରୋ : ଅପରସେନ ଟାଇଗର ପ୍ରସଙ୍ଗ। ଦିଲ୍ଲୀରେ ଶିବସେନା(ୟୁବିଟି)ର ବୈଠକ। ଦଳର ୬ ସାଂସଦ ଏକନାଥ ସିନ୍ଦେଙ୍କ କ୍ୟାମ୍ପରେ ସାମିଲ ହେବା ନେଇ ଚର୍ଚ୍ଚା ଜାରି ରହିଥିବାବେଳେ ବସିଛି ବୈଠକ। ଏହି ୬ ସାଂସଦ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟିଥିବା ସୂଚନା ମିଳିଛି। ବୈଠକରେ ଉପସ୍ଥିତ ରହିବା ଲାଗି ଦଳ ପକ୍ଷରୁ ଏହି ୬ ସାଂସଦଙ୍କ ଉଦ୍ଦେଶ୍ୟରେ ତିନିଧାଡ଼ିଆ ହୁଇପ ଜାରି କରାଯାଇଛି। ଶିବସେନା ୟୁବିଟିର ମୋଟ ୯ ସାଂସଦ ଥିବାବେଳେ ସେମାନଙ୍କ ମଧ୍ୟରୁ ୬ ସାଂସଦ ଦଳ ବଦଳ କରିବା ସମ୍ଭାବନା ଥିବାରୁ ସେମାନଙ୍କ ବିରୋଧରେ ଦଳ ବଦଳ ନିରୋଧ ଆଇନ ଲାଗୁ ହୋଇପାରିବ ନାହିଁ। ଗତକାଲି ଦିଲ୍ଲୀରେ ଶ୍ରୀକାନ୍ତ ସିନ୍ଦେଙ୍କ ସହ ହେବାକୁ ଥିବା ବୈଠକ ବାତିଲ ହୋଇଥିଲା। ବିଦ୍ରୋହୀ ସାଂସଦଙ୍କ ମଧ୍ୟରେ ଅଛନ୍ତି ଓମପ୍ରକାଶ ରାଜେ ନିମ୍ବାଲକର, ଭାଉସାହେବ ୱାକଚାଉରେ, ନାଗେଶ ବାପୁରାଓ ପାଟିଲ ଅସ୍ତିକାର, ସଞ୍ଜୟ ଦେଶମୁଖ ପ୍ରମୁଖ।

Latest Posts

Don't Miss