spot_img

Latest Posts

ହତ୍ୟାକୁ ଦୁର୍ଘଟଣା ରୂପ ଦେବା ଅଭିଯୋଗରେ ପ୍ରେମିକ ଗିରଫ !

ନନ୍ଦିଘୋଷ ବ୍ୟୁରୋ: ପ୍ରେମିକା କୁ ହତ୍ୟା କରି ପରେ ଦୁର୍ଘଟଣା ରୂପ ଦେବାକୁ ଯାଇ ପୋଲିସ ଧରାପଡିଛି ଅଭିଯୁକ୍ତ ପ୍ରେମିକ। ପ୍ରେମିକା ବିବାହ ପାଇଁ ବାରମ୍ବାର ଦାବି କରିବାରୁ ଯୋଜନା ବଦ୍ଧ ଭାବେ ବୁଲାଇବାକୁ ନେଇ ବାଇକ୍ ରୁ ଠେଲି ଦେଇଥିଲା।
ପ୍ରେମିକା କୁ ହତ୍ୟା କରି ପରେ ଦୁର୍ଘଟଣା ରୂପ ଦେବାକୁ ଯାଇ ପୋଲିସ ଧରାପଡିଛି ଅଭିଯୁକ୍ତ ପ୍ରେମିକ। ପ୍ରେମିକା ବିବାହ ପାଇଁ ବାରମ୍ବାର ଦାବି କରିବାରୁ ଯୋଜନା ବଦ୍ଧ ଭାବେ ବୁଲାଇବାକୁ ନେଇ ବାଇକ୍ ରୁ ଠେଲି ଦେଇଥିଲା। ଆଉ ସେଥିରୁ ପଡ଼ି ପ୍ରେମିକା ମରିଯିବା ପରେ ତାହାକୁ ଦୁର୍ଘଟଣାର ରୂପ ଦେଇଥିଲା। ଏଭଳି ଘଟଣାରେ ପୋଲିସ ଅଭିଯୁକ୍ତ ପ୍ରେମିକ ରାକେଶ ଆଚାର୍ୟ୍ୟ କୁ ଗିରଫ କରି କୋର୍ଟ ଚାଲାଣ କରିଛି। ରାକେଶ ର ଘର ଦିଗପହଣ୍ଡି ଥାନା ନିମଖଣ୍ଡି ପେଣ୍ଠ ଅଂଚଳରେ। ଆଙ୍କୁଲି ଓଭରବ୍ରିଜ ଉପରେ ୭ ତାରିଖ ରାତିରେ ଏକ ଦୁର୍ଘଟଣା ଘଟି ରୋହିଗାଁ ର ଅମ୍ବିକା ସ୍ବାଇଁ(୧୮)ଙ୍କ ମୃତ୍ୟୁ ଘଟିଥିଲା। ଏହି ଖବର ଅମ୍ବିକାଙ୍କ ପରିବାର ବର୍ଗକୁ ଆଶ୍ଚର୍ଯ୍ୟ କରି ଦେଇଥିଲା। କିନ୍ତୁ ରାକେଶର କଥା ରେ ତାଳମେଳ ନ ଥିବା ଦେଖି ରାକେଶ ର ମାମୁଁ କାହ୍ନୁ ଜେନା ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ।
ପୋଲିସ ରାକେଶ ଆଚାର୍ଯ୍ୟ କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସୂଚନାପ୍ରକାରେ, ଯୁକ୍ତ ଦୁଇ ବିଜ୍ଞାନ ପାସ କରିବା ପରେ ଅମ୍ବିକା ବ୍ରହ୍ମପୁରରେ ରହି ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ।୭ ତାରିଖ ସନ୍ଧ୍ୟାରେ ତାଙ୍କ ପ୍ରେମିକ ରାକେଶ ଙ୍କ ସହିତବାଇକରେ ବସି ଗୋପାଳପୁର ଯାଇଥିଲେ। ସେଠାରୁ ରାତିରେ ଫେରିବା ବେଳେ ଆଙ୍କୁଲି ଓଭରବ୍ରିଜ ନିକଟରେ ଦୁର୍ଘଟଣା ଘଟିଥିଲା। ଅମ୍ବିକା ଗୁରୁତର ହୋଇଥିଲେ। ମେଡିକାଲରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।। ପୋଲିସ ଏହି ଘଟଣା ରେ ଶବ ଜବତ୍ କରି ତଦନ୍ତ କରିଥିଲା। ଅମ୍ବିକାଙ୍କ ମାମୁଙ୍କ ଅଭିଯୋଗ କ୍ରମେ ତଦନ୍ତ କରି ଅମ୍ବିକା ଙ୍କୁ ହତ୍ୟା କରିବାର କାରଣ ଜାଣିବା ସହ ହତ୍ୟା କରାଯାଇ ଦୁର୍ଘଟଣାର ରୂପ ଦିଆଯାଇଥିବା ଜାଣିବା ପରେ ଗିରଫ କରିଥିଲା।

Latest Posts

Don't Miss