ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଉତ୍ତୋଳନ କରି ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରୁଥିବା ୯ଟି ବାଲି ବୋଝେଇ ହାଇଓ୍ବା ଜବତ । ୧୬ ନଂ ଜାତୀୟ ରାଜପଥ ଗାୟତ୍ରୀ ପେଟ୍ରୋଲ ପମ୍ପ ନିକଟରେ ଚଢ଼ାଉ କରି ଜବତ କରିଛନ୍ତି ଜଳେଶ୍ଵର ଜୁନିୟର ଖଣି ଅଧିକାରୀ। ୧୫ରୁ ଅଧିକ ବାଲି ବୋଝେଇ ହାଇଓ୍ବା ଚମ୍ପଟ ମାରିଥିବା ବେଳେ ୯ଟି ହାଇଓ୍ବାକୁ ଜବତ କରାଯାଇଛି। ଅଧିକାରୀଙ୍କ ଗାଡ଼ି ଉପରକୁ ଚଢ଼ାଇ ମାରିଦେବାକୁ ଉଦ୍ୟମ କରୁଥିବା ଡ୍ରାଇଭରକୁ ଅଟକ ରଖି ପୋଲିସ ଜିମା ଦିଆଯାଇଛି। ସୂଚନା ଅନୁଯାୟୀ ସୁବର୍ଣ୍ଣରେଖା ନଦୀର ବିଭିନ୍ନ ସ୍ଥାନରୁ ବେଆଇନ ବାଲି ଉତ୍ତୋଳନ କରି ପ୍ରତ୍ୟେକ ଦିନ ଶହ ଶହ ଟ୍ରିପ ବାଲି ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଛି। ଗତ ରାତିରେ ପଶ୍ଚିମବଙ୍ଗକୁ ୨୫ରୁ ଅଧିକ ହାଇଓ୍ବାରେ ବାଲି ଚାଲାଣ ହେଉଥିବା ଖବର ପାଇଁ ଜଳେଶ୍ଵର ଜୁନିୟର ଖଣି ଅଧିକାରୀ ତାପସ କୁମାର ବେହେରା ପହଞ୍ଚି ଚଢ଼ାଉ କରି ଗାଡ଼ି ଗୁଡ଼ିକୁ ଜବତ କରିଛନ୍ତି ।

