spot_img

Latest Posts

ବାଲିଅନ୍ତା ଭିଡ଼ ହିଂସା : ଗୁମର ଖୋଲୁଛି NHRC

ଭୁବନେଶ୍ବବର : ବହୁଚର୍ଚ୍ଚିତ କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲାରେ ଜାତୀୟ ମାନବିକ ଅଧିକାର ଆୟୋଗ- NHRC ଙ୍କ ତଦନ୍ତକାରୀ ଟିମ୍ ତୃତୀୟ ଦିନରେ ୬ ଜଣଙ୍କୁ ଜେରା କରିଛନ୍ତି। ସୌମ୍ୟଙ୍କ ସାଙ୍ଗ ଓମପ୍ରକାଶ ରାଉତ, ୨ ପୀଡ଼ିତା ଯୁବତୀ ଏବଂ ମିନି ଟ୍ରକ ଚାଳକଙ୍କୁ ଜେରା ହୋଇଛି।  NHRC ନିକଟରେ ହାଜର ହେଲେ ଏସିପି । ଏସିପି ଅଭିମନ୍ୟୁ ନାୟକଙ୍କୁ ଜେରା । ଅଭିଯୋଗକାରିଣୀଙ୍କୁ ମଧ୍ୟ ଚାଲିଛି ପଚରାଉଚରା । ପୂର୍ବରୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ କରିଥିବା ଯୁବତୀ, ଆମ୍ବୁଲାନ୍ସ ଡ୍ରାଇଭର, ଟ୍ରକ ଡ୍ରାଇଭର ଓ ସୌମ୍ୟଙ୍କ ସାଙ୍ଗ ଓମ୍ ମଧ୍ୟ ହାଜର ହୋଇ ନିଜ ପକ୍ଷ ରଖିସାରିଛନ୍ତି । ସମସ୍ତଙ୍କୁ NHRC ପକ୍ଷରୁ ପଚରା ଉଚରା କରାଯାଇଛି । ପୁରା ଘଟଣା ସଂପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି ଟିମ୍ । ସୌମ୍ୟଙ୍କ ହାତ ଗୋଡ଼ ବାନ୍ଧି ବାଉଁଶରେ ଟେକି ଟ୍ରକରେ ଗାଈଗୋରୁ ଭଳି ଏପରି ନେବା ଘଟଣାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ସେପଟେ ସୌମ୍ୟଙ୍କ ମୃତଦେହର ବ୍ୟବଚ୍ଛେଦ କରିଥିବା ଭୁବନେଶ୍ଵର କ୍ୟାପିଟାଲ ହସପିଟାଲରେ ଡାକ୍ତର ଲକ୍ଷ୍ମୀଧର ବେହେରା ମଧ୍ୟ NHRC ରେ ହାଜର ହୋଇ ନିଜ ପକ୍ଷ ରଖିଛନ୍ତି ।…

ସେପଟେ ଅପରାଧସ୍ଥଳରୁ ହସ୍ପିଟାଲ ନେବା ଭିତରେ ସୌମ୍ୟଙ୍କ ଅସ୍ବାଭାବିକ ମୃତ୍ୟୁର ଅସଲ ରହସ୍ୟ ଖୋଲିଛନ୍ତି ମିନି ଟ୍ରକ ଚାଳକ। ଏନ୍ଏଚ୍ ଆରସି ଟିମ୍ ସାମ୍ନାରେ ସେ କହିଛନ୍ତି, ହଂସପାଳ-ନିମାପଡ଼ା ରାସ୍ତାରେ ଖାଲି ଟ୍ରକ ନେଇ କାକଟପୁରରୁ ବାହାରିଥିଲେ। ମଞ୍ଚେଶ୍ବରରୁ ବ୍ଳକ ଡାଲାରେ ଚୋକଡ଼ ଲଦା ଯିବା ପରେ ପୁଣି କାକଟପୁର ଫେରିଥାନ୍ତେ। ହେଲେ, ବାଲିଅନ୍ତା ନିକଟରେ ଗହଳି ଦେଖି ସେ ସ୍ପିଡ୍ କମ କରିଥିଲେ। ହଠାତ୍ ଜଣେ ପୋଲିସ ତାଙ୍କ ଆଡ଼କୁ ମାଡ଼ି ଆସିଥିଲା । ଜଣେ ଯୁବକଙ୍କୁ ଟୁକରେ ଲଦି ହସ୍ପିଟାଲ ନେବାକୁ କହିଥିଲା। ଡ୍ରାଇଭର ଜଣକ ବ୍ୟସ୍ତ ଥିଲେ ହେଁ, ପୋଲିସ ସାମ୍ନାରେ ନିରୁପାୟ ହୋଇଗଲେ। ପରେ କିଛି ଲୋକ ସୌମ୍ୟଙ୍କୁ ଏକ ବାଡ଼ିରେ ଲଟକାଇ ଟ୍ରକ ଡାଲରେ ଚଢ଼ାଇଲେ। ଜଣେ ବି ପୋଲିସ କର୍ମଚାରୀ ଟ୍ରକ ଡାଲାକୁ ଚଢ଼ିଲେନି। ଜଣେ ସାଦା ପୋଷାକଧାରୀ ପୋଲିସ ତାଙ୍କ ସହ ଟ୍ରକର ଆଗ ସିଟ୍ ରେ ବସିଲେ । ଟ୍ରକ ଆଗରେ ଓ ପଛରେ ୨ ପୁଲିସ ଭ୍ୟାନ୍ ଗଲା। ଟ୍ରକ ଡାଲାରେ ସୌମ୍ୟଙ୍କ ସହ ୬ରୁ ୭ଜଣ ଯୁବକ ଉପସ୍ଥିତ ଥିଲେ। ସେମାନେ ସୌମ୍ୟଙ୍କୁ ରାସ୍ତାସାରା ନିର୍ଘାତ ମାଡ଼ ମାରୁଥିବା ଡ୍ରାଇଭର ଜଣକ କହିଛନ୍ତି।

ତେବେ ଘଟଣା ଦିନ ବାଲିଅନ୍ତାର ଅପରାଧସ୍ଥଳରେ ପ୍ରକୃତରେ କ’ଣ ଘଟିଥିଲା? ଘଟଣାଦିନ କିଭଳି ଝଗଡ଼ାର ସୂତ୍ରପାତ ହୋଇଥିଲା ? ପ୍ରକୃତରେ ଭୁଲ କାହାର ଥିଲା? ଏନେଇ ତଦନ୍ତକାରୀ ୨ ଅଫିସର ସୌମ୍ୟଙ୍କ ଉପରେ ଅସଦାଚରଣର ଅଭିଯୋଗ ଲଦିଥିବା ୨ ପୀଡ଼ିତା ଏବଂ ଓମ୍ ପ୍ରକାଶଙ୍କୁ ଟିକ୍ ନିକ୍ ପଚରାଉଚରା କରିଛନ୍ତି। ଦୁଇ ପୀଡ଼ିତା ଏବଂ ଓମ୍ ପ୍ରକାଶକୁ ସାମ୍ନାସାମ୍ମି ବସାଇ NHRC ଟିମ୍ ଜେରା କରିଛି। ମାମଲାରେ ଛନ୍ଦି ହୋଇଥିବା ବରିଷ୍ଠ ଆଇପିଏସ୍ ଙ୍କ କ୍ୱାର୍ଟର୍ସରେ ପୂର୍ବରୁ ଥିବା ସମସ୍ତ ପୁଲିସ କର୍ମଚାରୀଙ୍କୁ ଟିମ୍ ପଚରାଉଚରା କରି ସାରିଛନ୍ତି।

Latest Posts

Don't Miss