ନନ୍ଦିଘୋଷ ବ୍ୟୁରୋ : କେରଳରେ ବାସନ ମାଜୁଛନ୍ତି +୨ ବ୍ଲକ ଟପ୍ପର୍ । ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକରେ ଯୁକ୍ତଦୁଇ କଳା ପରୀକ୍ଷାରେ ଶ୍ରେଷ୍ଠ ସ୍ଥାନ ହାସଲ କରି ବ୍ଲକ୍ ଟପ୍ପର ହୋଇଥିବା ଦେବେନ୍ଦ୍ର କୁସୁଲିଆ ଏବେ କେରଳର ଏକ ହୋଟେଲରେ ବାସନ ମାଜୁଛନ୍ତି । ମୁନିଗୁଡା ବ୍ଲକ ଢେପାଗୁଡ଼ି ଗାଁର ଏହି ମେଧାବୀ ଛାତ୍ରଙ୍କୁ ନେଇ ଏବେ ଚର୍ଚ୍ଚା । ମେଧାବୀ ଛାତ୍ର ଦାଦନ ଖଟିବା ଅତ୍ୟନ୍ତ ଚିନ୍ତାଜନକ ଘଟଣା । ନିକଟରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା। ଏଥିରେ ମୁନିଗୁଡା ବ୍ଲକ ଗୋବର୍ଦ୍ଧନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କଳା ବିଭାଗରେ ଦେବେନ୍ଦ୍ର କୁସୁଲିଆ ୮୬ ପ୍ରତିଶତ ମାର୍କ ରଖି ସମଗ୍ର ବ୍ଲକରେ ଟପ୍ପର୍ ହୋଇଛନ୍ତି। ଦୁଃଖର କଥା ଯେ, ସେ ତାଙ୍କ ଜୀବନର ଏହି ଉପଲବ୍ଧିକୁ ନେଇ ଖୁସି ମନାଇବାର ସୁଯୋଗ ପରିବର୍ତ୍ତେ ଦାଦାନ ଖଟୁଛନ୍ତି । କାରଣ ଯୁକ୍ତ ଦୁଇ ପରୀକ୍ଷା ଶେଷ ହେବା ପରେ ଉଚ୍ଚଶିକ୍ଷା ଅଧ୍ୟୟନ ପାଇଁ ସେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇ କେରଳ ଏର୍ଣ୍ଣା କୁଲମ ସହରର ଏକ ରେଷ୍ଟୁରାଣ୍ଟରେ କାମ କରୁଥିବା ପରିବାର ଲୋକେ କହିଛନ୍ତି ।

