ଭୁବେନଶ୍ବର: ଖବର ପ୍ରକାଶ କରିବାରୁ ନୟାଗଡ଼ରେ ଦୈନିକ ସକାଳ ଖବର କାଗଜ ପୋଡ଼ି। ନୟାଗଡ଼ ସଦର ମହକୁମାରେ ଗଣମାଧ୍ଯମର କଣ୍ଠରୋଧ କରିବାକୁ କରାଯାଇଛି ହୀନ ଉଦ୍ଯମ। ସାଇବର ମାଫିଆଙ୍କ ସହ ସଂଶ୍ଲିଷ୍ଟ କେତେକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକେ ସକାଳ ଖବରକାଗଜ ପୋଡ଼ିବା ସହ ମିଛ ଅପପ୍ରଚାର କରିବାକୁ ଉଦ୍ଯମ କରିଥିବା ଦେଖିବାକୁ ମିଳିଛି। ଘଟଣାରୁ ଜଣାପଡ଼ିଛି। ସକାଳ ଓ ନନ୍ଦିଘୋଷ ଟିଭି ସାମ୍ବାଦିକ ଅନୀଲ କୁମାର ପଣ୍ଡାଙ୍କୁ ଉଦ୍ଦେଶ୍ଯମୂଳକ ଭାବେ ସାମାଜିକ ଗଣମାଧ୍ୟମରେ ଦୁଇଜଣ ସାଇବର ମାଫିଆ ଅପଶବ୍ଦ ବ୍ୟବହାର କରି ବଦନାମ କରୁଥିଲେ। ଏପରିକି ଅନୀଲଙ୍କ ପରିବାରକୁ ବଦନାମ କରିଆସୁଥିଲେ। ସାଇବର ମାଫିଆଙ୍କ ଏପରି କାର୍ଯ୍ୟରେ ଅତିଷ୍ଠ ହୋଇ ସାମ୍ବାଦିକ ଅନୀଲ ପଣ୍ଡା ଗତ ୩୦ ତାରିଖରେ ଥାନାରେ ଏତଲା ଦେଇଥିଲେ। ଏତଲା ପଞ୍ଜୀକୃତ ହେବା ପରେ ନୟାଗଡ଼ ପୋଲିସ ଦୁଇଜଣ ବ୍ୟକ୍ତିଙ୍କୁ ଗତକାଲି ବାହାର ରାଜ୍ୟରୁ ଉଠାଇ ଆଣି କୋର୍ଟ ଚାଲାଣ କରିଥିଲା। ଆଇନ ଅନୁଯାୟୀ ପୋଲିସର କାର୍ଯ୍ଯାନୁଷ୍ଠାନକୁ ବିରୋଧ କରି ସାଇବର ଠକଙ୍କ ସହ ସମ୍ପୃକ୍ତ ବିଜେପି ଦଳର ସମର୍ଥକ ଗତକାଲିଠାରୁ ଥାନା ଆଗରେ ଧାରଣା ଦେଲେ । ଏମାନେ ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂଙ୍କ ସମର୍ଥକ । ଏପରିକି ଘଟଣାରେ ପ୍ରତ୍ୟୁଷାଙ୍କ ପ୍ରଚ୍ଛନ୍ନ ହାତ ଥିବା ଅଭିଯୋଗ ହୋଇଛି । ଏପରିକି ଜଣେ ମହିଳାଙ୍କୁ ହାତ କରି ସାମ୍ବାଦିକ ଅନୀଲଙ୍କୁ ଫସାଇବା ପାଇଁ ଥାନାରେ ଏତଲା ଦିଆଯାଇଛି। ସାମ୍ବାଦିକ ଅନୀଲଙ୍କ ନାଁରେ ମିଛ ଦୁଷ୍କର୍ମ ମାମଲା ଦାୟର କରାଯାଇଛି ।….

