ଆମେରିକାକୁ ଇରାନ ଦେଇଛି ଚ୍ୟାଲେଞ୍ଜ। ଯଦି ଆଉ ଥରେ ଯୁଦ୍ଧ କରିବାର ଦୁଃସାହକ ବା ମୁର୍ଖାମୀ କର, ତେବେ ଦେଖିବ। ଆମେ ବି ପ୍ରସ୍ତୁତ ହୋଇଛି ରହିଛୁ, ତମେ କିନ୍ତୁ ବହୁତ ପସ୍ତାଇବ। ହର୍ମୁଜକୁ ନେଇ ଆମେରିକା କଡ଼ା ଆଭିମୁଖ୍ୟ ପରେ ଏହି ଚେତାବନୀ ଦେଇଛି ଇରାନ। ରାଷ୍ଟ୍ରପତି ଟ୍ରମ୍ପ କହିଥିଲେ ଆମେ ହର୍ମୁଜକୁ ଖୋଲା ଛାଡ଼ିବୁ ନାହିଁ। ସେଠାରେ ଇରାନ ମନଇଚ୍ଛା କାମ କରିପାରିବ ନାହିଁ। ଆମେ ହେଉଛୁ ଜଳଦସ୍ଯୁ ପରି। କାହାକୁ ଛାଡ଼ିବୁ ନାହିଁ। ନିଜର ମିଶନ ସଂପୂର୍ଣ୍ଣ ନ କରି ଆମେରିକା ସେଠାରୁ ଯିବ ନାହିଁ ବୋଲି ଟ୍ରମ୍ପ କହିଛନ୍ତି। ଏହା ପରେ ଇରାନ କହିଛି, ଆମେରିକା ବୋଧହୁଏ ଡିଲ୍ ଚାହୁଁ ନାହିଁ। ଦୁଇ ଦେଶର ଆଭିମୁଖ୍ୟରୁ ଲାଗୁଛି, ଶାନ୍ତି ପାଇଁ ସେମାନେ ପ୍ରସ୍ତୁତ ନାହିଁ। ତେହେରାନ ତ କହିଛି, ପୁଣି ଥରେ ଯୁଦ୍ଧ ହେବାର ଆଶଙ୍କା ଦେଖା ଦେଇଛି। ଭିତିରିଆ ଆଲୋଚନା ହେଉଥିଲେ ମଧ୍ୟ ସହମତି ହୋଇପାରିନି। ସିଧାସଳଖ କଥାବାର୍ତ୍ତା ଜରିଆରେ ସମାଧାନର ପଥ ବାହାରି ପାରି ନଥିବାବେଳେ ଏବେ ବି ଦୁଇ ରାଷ୍ଟ୍ର ମଧ୍ୟରେ ଅନୌପଚାରିକ ଆଲୋଚନା ଜାର ରହିଛି। ଆଣବିକ କାର୍ଯ୍ୟକ୍ରମ ପ୍ରସଙ୍ଗରେ ଇରାନ ଓ ହର୍ମୁଜ ଅବରୋଧରେ ଆମେରିକା ଅଟଳ ଥିବାରୁ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ବିଶେଷ ଫଳପ୍ରଦ ହୋଇପାରୁନାହିଁ।

