spot_img

Latest Posts

ପୁରୀ ରଥଯାତ୍ରା ସମ୍ପର୍କରେ ପ୍ରସ୍ତୁତି ବୈଠକ

ପୁରୀ ରଥଯାତ୍ରା ସମ୍ପର୍କରେ ପ୍ରସ୍ତୁତି ବୈଠକ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ରେ ବୈଠକ ଅନୁଷ୍ଠିତ ହୋଇଛି। ପୂର୍ବ ବୈଠକଗୁଡ଼ିକରେ ନିଆଯାଇଥିବାନିଷ୍ପତ୍ତିର କେତେଦୂର କାର୍ଯ୍ୟକାରୀ ହୋଇଛି ସେ ସମ୍ପର୍କରେ ସମୀକ୍ଷା କରାଯିବା ସହ ଆଗାମୀ ପ୍ରସ୍ତୁତି ଓ କାର୍ଯ୍ୟ ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା । ବୈଠକରେ ରଥଯାତ୍ରାର ଯଥେଷ୍ଟ ପୂର୍ବରୁ ସମସ୍ତ ପ୍ରକାର ପ୍ରସ୍ତୁତି ସାରିବାକୁ ମୁଖ୍ୟ ଶାସନ ସଚିବ ସଂପୃକ୍ତ ବିଭିନ୍ନ ବିଭାଗ ଓ ସଂସ୍ଥାମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ। ଶୃଙ୍ଖଳିତ ଭାବେ ରଥଯାତ୍ରା, କର୍ଡନ ପାସ୍ ସଂଖ୍ୟା ହ୍ରାସ, ରଥ ନିର୍ମାଣ ଓ ଆନୁଷଙ୍ଗିକ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଥିଲା। ରଥ ନିର୍ମାଣ ପାଇଁ ଆବଶ୍ୟକ ୮୬୫ ଖଣ୍ଡ କାଠ ମଧ୍ୟରୁ ୫୭୬ ଟି ସଂଗ୍ରହ ସରିଛି ଓ ଆବଶ୍ୟକ ସଂଗ୍ରହ କାର୍ଯ୍ୟ ସୁରୁଖୁରୁରେ ଚାଲିଥିବା ନେଇ ଶ୍ରୀମନ୍ଦିର ପ୍ରଶାସକ ସୂଚନା ଦେଇଥିଲେ । ରଥଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ପରିଚାଳନା, ବିଭିନ୍ନ ସ୍ଥାନରେ ସର୍ଭେଲାନ୍ସ ପାଇଁ ସ୍ଥାୟୀ ଓ ଅସ୍ଥାୟୀ ସିସିଟିଭି ଓ ଜରୁରୀକାଳୀନ ବ୍ୟବସ୍ଥା, ପୁରୀ ସହର ଭିତର ଓ ସଂଲଗ୍ନ ରାସ୍ତା ମରାମତି ପ୍ରତି ଗୁରୁତ୍ବ ଦିଆଯାଇଥିଲା।

Latest Posts

Don't Miss