spot_img

Latest Posts

‘ଟ୍ରମ୍ପ ବିଜେତା ନୁହଁନ୍ତି, ସେ ରଙ୍ଗ ବଦଳାଉଥିବା ଏଣ୍ଡୁଅ’

ନନ୍ଦିଘୋଷ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବହୁରୂପି ଏଣ୍ଡୁଅ ସହ ତୁଳନା କଲା ଇରାନ ଗଣମାଧ୍ୟମ । କହିଲା, ଟ୍ରମ୍ପଙ୍କୁ କୌଣସି ବିଜେତା ନୁହଁନ୍ତି । ଏକ ଲୁଚିଯାଉଥିବା ଓ ପରିସ୍ଥିତି ଅନୁଯାୟୀ ରଙ୍ଗ ବଦଳାଉଥିବା ଏଣ୍ଡୁଅ  । ମଧ୍ୟପ୍ରାଚ୍ୟରେ ଶାନ୍ତି ଆଣିବାକୁ ଯେଉଁ ଆଲୋଚନା ହୋଇଥିଲା ସେଥିରୁ କିଛି ନିଷ୍କର୍ସ ବାହାରିଲାନି। ଆଲୋଚନା ବିଫଳ ହେଲା । ଆମେରିକା ଫେରିଗଲେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ । ଇସଲାମବାଦରେ ୨୧ ଘଣ୍ଟା ଧରି ଚାଲିଥିଲା କଥାବାର୍ତ୍ତା କିନ୍ତୁ କିଛି ଫଳ ମିଳିଲାନାହିଁ । ଇରାନ ଓ ଆମେରିକାର ପରସ୍ପରକୁ ଆଲୋଚନା ବିଫଳ ପାଇଁ ଦାୟୀ କରିଛନ୍ତି । ଆମେରିକାର ଆତ୍ମସର୍ପଣର ସର୍ତ୍ତକୁ ଇରାନ ସ୍ବୀକାର କରିନାହିଁ । ଇରାନ ସ୍ପଷ୍ଟ କରିଛି ଯେ, ସେ ପରମାଣୁ ବୋମା ନିର୍ମାଣ କରିବ ନାହିଁ କିନ୍ତୁ ୟୁରାନିୟମ ସମୃଦ୍ଧିକୁ ପରିତ୍ୟାଗ କରିବ ନାହିଁ। ଏହି ପ୍ରସଙ୍ଗ ଆଲୋଚନାରେ ସବୁଠାରୁ ବଡ଼ ସମସ୍ୟା ପାଲଟିଥିଲା। ଯୁଦ୍ଧ ଆରମ୍ଭରୁ ଆମେରିକା ଏହି ଯୁଦ୍ଧରେ ନିଜ ଲକ୍ଷ୍ୟ ହାସଲ କରିସାରିଛି ବୋଲି ଟ୍ରମ୍ପ ଅନେକ ଥର କହି ସାରିଲେଣି । କିନ୍ତୁ ଏବେ ବି ମଧ୍ୟପ୍ରାଚ୍ୟର ପରିସ୍ଥିତି ଶାନ୍ତି ହୋଇନାହିଁ । ହର୍ମୁଜ ପ୍ରଣାଳୀକୁ ନେଇ ଟ୍ରମ୍ପ ରଖିଥିବା ଅନେକ ଦାବି ମିଛ ବୋଲି ମନେହୁଏ । ଏବେ ବି ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଯିବା ଆସିବା କରିବା ସ୍ୱାଭାବିକ ହୋଇନାହିଁ । ପୁଣି ଏକାଠି ହୋଇ ଇରାନ-ଆମେରିକା ଶାନ୍ତି ପାଇଁ ଆଲୋଚନା କରିବା ନେଇ ଚର୍ଚ୍ଚା ହେଉଛି । ଏପଟେ ବିଶ୍ୱ ଅର୍ଥନୀତି ଉପରେ ବଡ଼ ପ୍ରଭାବ ସୃଷ୍ଟି ହୋଇସାରିଛି । ଦୁନିଆ ଶକ୍ତି ସଙ୍କଟ ଆଡକୁ ଗତି କରୁଛି । ଟ୍ରମ୍ପ କିନ୍ତୁ ବାରମ୍ବାର ନିଜ କଥା କୁ ଏଣ୍ଡୁଅ ରଙ୍ଗ ବଦଳାଇଲା ଭଳି ପରିବର୍ତ୍ତନ କରୁଛନ୍ତି ଓ ଇରାନ ଆମେରିକା ଭିତରେ ଥିବା ସମ୍ପର୍କକୁ ନିଜ ଦାଦାଗିରି ଓ ଧମକ ଦ୍ୱାରା ଅଧିକ ଖରାପ କରୁଛନ୍ତି ।

Latest Posts

Don't Miss