spot_img

Latest Posts

୭୮ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ବର

ଭୁବନେଶ୍ବର : ମନ୍ଦିରମାଳନୀ ଭୁବନେଶ୍ବରର ଆଜି ପ୍ରତିଷ୍ଠା ଦିବସ । ୭୮ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ବର ।୧୯୪୬ ମସିହାରେ ଭୁବନେଶ୍ବରର ଯୋଜନା, ନକ୍ସା, ଡିଜାଇନ ଓ ସହରୀ ସଂରଚନା ପ୍ରସ୍ତୁତ କରିଥିଲେ ପ୍ରଖ୍ୟାତ ଆର୍କିଟେକ୍ଟ ଓଟ୍ଟୋ କୋଏନିଗସବର୍ଗର। ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଭୁବନେଶ୍ବର ନୂଆ ରାଜଧାନୀର ପ୍ରତିଷ୍ଠା ଫଳକ ସ୍ଥାପନ କରିଥଲେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁ । ସେବେଠାରୁ ପ୍ରତିବର୍ଷ ଆଜିର ଦିନକୁ ରାଜଧାନୀର ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଉଛି । ମନ୍ଦିରମିଳିନୀରୁ ସ୍ମାର୍ଟସିଟିର ଏକ ଲମ୍ବା ଯାତ୍ରା ଭିତରେ ବଢ଼ିଛି ସହରର କାୟା । ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ସହରର ବିଭିନ୍ନ ସ୍ଥାନକୁ ସଜ୍ଜା ଯାଇଥିବାବେଳେ ଦୁଇଦିନ ଧରି ଅନେକ ସାଂସ୍କୃତିକ କାର୍ଯ୍ଯକ୍ରମ ଆୟୋଜନ କରିଯିବାର କାର୍ଯ୍ଯକ୍ରମ ରହିଛି ।

Latest Posts

Don't Miss