spot_img

Latest Posts

ବିନା ନୋଟିସରେ ବନ୍ଧକ ସୁନାକୁ ବିକି ଦେଲା ଫାଇନାନ୍ସ କମ୍ପାନୀ

ବିନା ନୋଟିସରେ ବନ୍ଧକ ସୁନାକୁ ବିକି ଦେଲା ଫାଇନାନ୍ସ କମ୍ପାନୀ

ନନ୍ଦିଘୋଷ ବ୍ୟୁରୋ: ବନ୍ଦର ନଗରୀ ପରାଦୀପରେ ଫାଇନାନ୍ସ କମ୍ପାନୀର ମନମାନି । ଗ୍ରାହକଙ୍କୁ ନୋଟିସ ନକରି ବିକ୍ରି କରିଦେଲା ବନ୍ଧକ ସୁନା । ବିନା ସୂଚନା ଓ ବିନା ନୋଟିସରେ ସାଧାରଣ ଲୋକଙ୍କ ବନ୍ଧକ ସୁନା ଅଳଙ୍କାର ବିକ୍ରି କରିଦେଉଥିବା ନେଇ ଆଦର୍ଶ ଥାନାରେ ଅଭିଯୋଗ କଲେ  ମହିଳା ।

ଅଭିଯୋଗ ଅନୁସାରେ, ପାରାଦୀପ ଇଫକୋ ଛକ ନିକଟରେ ଥିବା ଆଇଆଇଏଫଏଲ ଫାଇନାନ୍ସ କମ୍ପାନୀରେ ସସ୍ମିତା ବେହେରା ନାମକ ଜଣେ ମହିଳା ନିଜର ଅସୁବିଧା ସମୟରେ ୭.୭୦ ଗ୍ରାମର ଏକ ସୁନାହାର ବନ୍ଧକ ରଖି ୩୦ ହଜାର ୯ ଶହ ଟଙ୍କା ଆଣିଥିଲେ । କିଛି ଦିନ ପରେ ୪ ହଜାର ୩ ଶହ ଟଙ୍କା ଓ ପରେ ୨ ହଜାର ଟଙ୍କା କମ୍ପାନୀରେ ଜମା କରିଥିଲେ । ପରେ ଟଙ୍କା ଯୋଗାଡ଼ କରି ନିଜର ବନ୍ଧା ରଖିଥିବା ଗହଣାକୁ ମୁକୁଳାଇବାକୁ ପହଞ୍ଚିବା ପରେ ସେମାନେ ଗହଣାକୁ ଅକ୍ସନ କରି ବିକି ଦେଇଥିବା ଜାଣିବାକୁ ପାଇଥିଲେ । ଏନେଇ ନେଇ ପାରାଦୀପ ଆଦର୍ଶ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ସସ୍ମିତା । ଅଭିଯୋଗ ସମ୍ପର୍କରେ ଜାଣିବା ପାଇଁ ଫାଇନାନ୍ସ କମ୍ପାନୀର ବ୍ରାଞ୍ଚ ମ୍ୟାନେଜରଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ଯୋଗାଯୋଗ ସମ୍ଭବ ହୋଇ ନଥିଲା ।

Latest Posts

Don't Miss