spot_img

Latest Posts

ଆଜି ଶେଷ ହୋଇପାରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଅଳଙ୍କାର ମଣତିଗଣତି

ଆଜି ଶେଷ ହୋଇପାରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଅଳଙ୍କାର ମଣତିଗଣତି

ନନ୍ଦିଘୋଷ ବ୍ୟୁରୋ: ଜୋରସୋରରେ ଚାଲିଛି ପୁରୀ ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାରର ଅଳଙ୍କାର ମଣତିଗଣତି । ଏହା ଆଜି ଶେଷ ହେବା ନେଇ ଅନୁମାନ କରାଯାଉଛି । ଗତ ଚାରି ଦିନ ହେବ ମହାପ୍ରଭୁଙ୍କ ରତ୍ନର ଗଣତିମଣତି ଚାଲିଛି । ରତ୍ନ ଅଳଙ୍କାର ଗୁଡ଼ିକୁ ନିରବଚ୍ଛିନ୍ନ, ସୁନ୍ଦର ଏବଂ ନିର୍ଭୁଲ ଭାବେ ଗଣତି ମଣତି କରାଯାଇଛି ।

ବାହାର ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଗୁଡିକର ଥ୍ରୀଡି ମ୍ୟାପିଙ୍ଗ ସହିତ ଭିଡିଓଗ୍ରାଫି ଓ ଫଟୋଗ୍ରାଫି କରାଯାଇଛି । ରତ୍ନ ଅଳଙ୍କାର ଓ ମୋତି ମାଣିକ୍ୟର ଚିହ୍ନଟ, ଓଜନ କରିଛନ୍ତି ଶ୍ରୀମନ୍ଦିର ବଣିଆ ସେବକ, ରତ୍ନ ବିଶାରଦ, ଆରବିଆଇ ଅଧିକାରୀ ।

ଗଣତିମଣତି ପ୍ରକ୍ରିୟାରେ ରତ୍ନଭଣ୍ଡାର ତଦାରଖ କମିଟିର ଜଷ୍ଟିସ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସହିତ ପ୍ରାଧିକୃତ ସେବାୟତମାନେ ଉପସ୍ଥିତ ଥିଲେ । ତୃତୀୟ ଦିନରେ ବାହାର ରତ୍ନ ଭଣ୍ଡାରର ପ୍ରାୟ ୯୦ ପ୍ରତିଶତ ଅଳଙ୍କାରର ଗଣତିମଣତି କାର୍ଯ୍ୟ ଶେଷ ହୋଇଛି । ୧୩ ତାରିଖରୁ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆରମ୍ଭ କରାଯିବ । ୧୪ ତାରିଖ ମହାବିଷୁବ ସଂକ୍ରାନ୍ତି ଥିବାରୁ ଗଣତିମଣତି ବନ୍ଦ ରହିବ । ଏହାପରେ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ପୁଣି ଗଣତିମଣତି କରାଯିବ‌ ।

Latest Posts

Don't Miss