ରାଜଧାନୀରେ ସନ୍ଦିଗ୍ଧ ଆତଙ୍କବାଦୀ, ଉଠାଇ ନେଲା ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ
ନନ୍ଦିଘୋଷ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରୁ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ । କ୍ୟାପିଟାଲ ଥାନା ଅଞ୍ଚଳ ୟୁନିଟ୍ ୬ରୁ ଯୁବକଙ୍କୁ ଗିରଫ କଲା ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ । ଶତ୍ରୁଦେଶ ସହ ଲିଙ୍କ ଓ ଦେଶଦ୍ରୋହ ମାମଲାରେ ଉଠାଇ ନେଲା ସ୍ପେଶାଲ ବ୍ରାଞ୍ଚ I କିଛିଦିନ ଧରି ସୋସିଆଲ ମିଡିଆ ମାଧ୍ୟମରେ ଶତ୍ରୁଦେଶ ସହ ଲିଙ୍କ୍ ନେଇ ମଳିଥିଲା ସୁରାଗ । ଯୁବକଙ୍କ ଠିକଣା ସ୍ପଷ୍ଟ ହେବା ପରେ ସେଶାଲ୍ ବ୍ରାଞ୍ଚର ଅଧିକାରୀମାନେ ରାତି ଅଧରେ ଯୁବକକୁ ଗିରଫ କରି ଭୁବନେଶ୍ଵର SDJMଙ୍କ କୋର୍ଟରେ ହାଜର କରିବା ପରେ ଟ୍ରାନଜିଟ୍ ରିମାଣ୍ଡରେ ଦିଲ୍ଲୀ ନେବା ପାଇଁ ଯୋଜନା କରୁଛନ୍ତି ।
ତେବେ ଯୁବକ ଜଣକ କିଛି ମାସ ହେବ ୟୁନିଟ୍ ୬ ଅଞ୍ଚଳର ଏକ ବସ୍ତିରେ ଘରଭଡ଼ା ନେଇ ରହୁଥିଲା । ସେଠାରୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଦେଶଦ୍ରୋହ ମୂଳକ, ଉତ୍ତେଜକ ସ୍ଲୋଗାନମାନ ପୋଷ୍ଟ କରୁଥିଲେ । ଏହା ବାବଦରେ ଯୁବକ ପାଖକୁ ବିଭିନ୍ନ ସୂତ୍ରରୁ ଟଙ୍କା ଆସୁଥିଲା । ଯୁବକ ଜଣକ କେଉଁ ଉଦ୍ଦେଶ୍ୟରେ ଶତ୍ରୁଦେଶର ବିଭିନ୍ନ ସଙ୍ଗଠନ ସହିତ ଜଡିତ ଥିଲେ ତାକୁ ନେଇ ତଦନ୍ତ ଜାରି ରଖିଛି ସ୍ପେଶାଲ ବ୍ରାଞ୍ଚ ।

