spot_img

Latest Posts

ନିଶା ନିଶାଣରେ ରାଜଧାନୀ : କୋଡ ୱାର୍ଡରେ ଚାଲିଛି କାରବାର, ମାଫିଆଙ୍କ ଟାର୍ଗେଟରେ କଲେଜ ପଢୁଆ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଟୁଙ୍ଗି ଭିତରେ ପୁଳା ପୁଳା ଟବାକୋ ପ୍ରଡକ୍ଟ । ଗୋଗୋ ପେପରରୁ ଗଞ୍ଜେଇ, ସବୁ ମିଳିବ । ବାରମ୍ବାର ଚେତାବନି ପରେ ବି ସୁଧୁରୁ ନାହାନ୍ତି ଅମାନିଆ । ଖରାବେଳେ ଛାପା ମାରିଲା ସ୍ପେଶାଲ କ୍ରାଇମ୍ ୟୁନିଟ୍ । ( ଦ୍ୱିତୀୟ ଡେଫର୍ଡ ଆମ୍ବିଆନ୍ସରୁ ଆରମ୍ଭ ) ଚୁଲି ଖୋଳା ହେଇଛି । ନିଶା ଖାଇବା ପାଇଁ ପିଣ୍ଡିର ବ୍ୟବସ୍ଥା ବି ହେଇଛି । ଆଉ ଗରାଖ ଆସିବା ମାତ୍ରେ ମଉସା ଜଣଙ୍କ ପରସି ଦେଉଛନ୍ତି ଚୁର୍ମା, ଭାଙ୍ଗ, ଗୋଗୋ ପେପର ଓ ଗଞ୍ଜେଇ । ଇନଫୋସିଟି ଥାନା ଅଧୀନରେ ଥିବା କିଛି ଦୋକାନର ଇଏ ହେଉଛି ଦୃଶ୍ୟ। ନାମିଦାମୀ କଲେଜରେ ପାଠ ପଢ଼ି ନିଜ ଉଜ୍ଜ୍ବଳ ଭବିଷ୍ୟତ ଗଢିବା ବଦଳରେ ନିଶାସକ୍ତ ହେଉଛନ୍ତି ପିଲା । ବ୍ରାଉନସୁଗର, କୋକେନ, ଗଞ୍ଜେଇ, ଚରସ, ଅଫିମ, ମାରୁୱାନା, ସିନ୍ଥୋଟିକ ଡ୍ରଗ୍ସ ଖାଇ ନିଶାରେ ଝୁମୁଛନ୍ତି । ବାରମ୍ବାର ଏଭଳି ଖବର ପ୍ରକାଶ ପାଇବା ପରେ ଏବେ ଆକ୍ସନ ମୋଡ଼କୁ ଆସିଛି ସ୍ପେଶାଲ କ୍ରାଇମ ୟୁନିଟ । ଟିମ ଆଜି ପଟିଆ ଅଞ୍ଚଳର ଶିକ୍ଷାନୁଷ୍ଠାନ ନିକଟରେ ଥିବା ପାନ ଦୋକାନ, ଷ୍ଟେସନାରୀ ଦୋକାନ ମାନଙ୍କରେ କରିଛି ରେଡ । ପ୍ରଶାନ୍ତି ବିହାରରେ ଏଭଳି ନିକାଞ୍ଚନ ସ୍ଥାନରେ ଖଟି କରୁଥିବା ଛାତ୍ରଛାତ୍ରୀ, ନିଶା ଖାଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିବା ପରେ ପଡିଛି ଛାପା ।
କିଛି ଦିନ ତଳେ ସମାନ ଅଭିଯୋଗରେ ଖଣ୍ଡଗିରି, ପାତ୍ରପଡା, ତମାଣ୍ଡୋ ଅଞ୍ଚଳରେ ରେଡ କରିଥିଲା ସ୍ପେଶାଲ କ୍ରାଇମ ୟୁନିଟ । ଗଞ୍ଜେଇ ବେପାରରେ ଯୁବତୀଙ୍କ ସମ୍ପୃକ୍ତି ମଧ୍ୟ ପଦାକୁ ଆସିଥିଲା । ରାସ୍ତା କଡରେ କିଭଳି ଗଞ୍ଜେଇ କାରବାର ଚାଲୁଛି, ତାର ଉଦାହରଣ ଦେଖିବାକୁ ମିଳିଥିଲା । ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ କଲେଜ ମାନଙ୍କରେ ସଚେତନତା ପ୍ରୋଗ୍ରାମ ମଧ୍ୟ ହୋଇଥିଲା । ପୋଲିସ ଆଖିରେ ଧୂଳିଦେଇ କ୍ୟାମ୍ପସ ନିକଟରେ ନିଶା ପହଞ୍ଚାଉଥିବା ମାଫିଆକୁ ଧରିବା ସହ ଏନଫୋର୍ସମେଣ୍ଟକୁ ଗୁରୁତ୍ୱ ଦିଆଯାଉଥିବା ପୋଲିସ କହିଥିବା ବେଳେ ସ୍ପେଶାଲ କ୍ରାଇମ ୟୁନିଟ ଟିମକୁ ଦେଖି ଛତ୍ରଭଙ୍ଗ ଦେଇଛନ୍ତି କିଛି ଦୋକାନୀ । ତେବେ କେବଳ ଛୋଟ ଦୋକାନ ନୁହେଁ, ବରଂ ଫ୍ୟାକ୍ଟ୍ରିରେ ରେଡ କଲେ ନିଶା କାରବାର ଲୋପ ପାଇବ ବୋଲି ମତବ୍ୟକ୍ତ କରିଛନ୍ତି ସ୍ଥାନୀୟ ଲୋକେ ।

Latest Posts

Don't Miss