spot_img

Latest Posts

ଡାକ୍ତର ନଥିବାରୁ ରୋଗୀସେବା ବିପର୍ଯ୍ୟସ୍ତ ; ପ୍ରତିବାଦରେ ଅଞ୍ଚଳବାସୀଙ୍କ ଧାରଣା

ଯାଜପୁର : ଡାକ୍ତର ନଥିବାରୁ ରୋଗୀସେବା ବିପର୍ଯ୍ୟସ୍ତ । ଯାହାକୁ ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି ଅଞ୍ଚଳବାସୀ । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା କେବଳ ଆୟୁଷ ଡାକ୍ତରଙ୍କ ଭରଷାରେ ଚାଲିଛି ରୋଗୀ ସେବା । ବ୍ଲକରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଖାଲି ପଢ଼ିଛି ଅନେକ ପଦବୀ କେଉଁଠି MBBS ଡାକ୍ତର ନାହାନ୍ତି ତ କେଉଁଠି ଫାର୍ମାସିଷ୍ଟ ନାହାନ୍ତି । ଯେଉଁଥିପାଇଁ ବିଭିନ୍ନ ସମୟରେ ରୋଗୀମାନେ ଚିକିତ୍ସା ଅଭାବରୁ ମୃତ୍ୟୁବରଣ କରୁଛନ୍ତି ।

ବିଶେଷ କରି ଜରି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ପ୍ରାୟ ୭ଗୋଟି ପଞ୍ଚାୟତର ଲୋକମାନେ ନିର୍ଭର କରୁଥିବା ବେଳେ ଏଠାରେ ଦୀର୍ଘ ଦିନ ହେବ MBBS ଡାକ୍ତର ନଥିବା ବେଳେ ସ୍ଥାୟୀ ଫାର୍ମାସିଷ୍ଟ ବି ନାହାନ୍ତି ଯାହାକୁ ନେଇ ଜରି, ବାଙ୍ଗରା, ଛନ୍ଦାମୁଣ୍ଡ ସମେତ ସ୍ଥାନୀୟ ଅଂଚଳର ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ପ୍ରତିବାଦ କରି ସ୍ଥାନୀୟ ଅଂଚଳବାସୀମାନେ ଗତ ସାତଦିନ ପୂର୍ବରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିବାରୁ ଆଜି ସେମାନେ ଜରି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣାରେ ବସିଛନ୍ତି ।

Latest Posts

Don't Miss