spot_img

Latest Posts

ରତ୍ନଭଣ୍ଡାରର ଗଣତି ମଣତି ପ୍ରକ୍ରିୟା ଜାରି ; ସମୀକ୍ଷା କଲେ ଗଜପତି ମହାରାଜା

ପୁରୀ : ଗତକାଲି ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ମଧ୍ୟ ଗଣତି ମଣତି କାର୍ଯ୍ୟ ଜାରି ରହିବ। ପୂର୍ବରୁ ସ୍ଥିରୀକୃତ ହୋଇଥିବା ଦିବସମାନଙ୍କରେ ଏହି ଗଣତି ମଣତି କାର୍ଯ୍ୟ କରାଯିବ।‌ ଗତକାଲି ମହାପ୍ରଭୁଙ୍କ ସକାଳ ଧୂପ ପରେ ରତ୍ନଭଣ୍ଡାର ଗଣତି ମଣତି ଟିମର ସଦସ୍ୟ ମାନେ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରକୁ ପ୍ରବେଶ କରି ରତ୍ନ ଅଳଙ୍କାର ଯାଞ୍ଚ କରିଥିଲେ। ଗତକାଲି ସନ୍ଧ୍ୟା ୬ ଟା ଯାଏଁ ଏହି ଯାଞ୍ଚ କାର୍ଯ୍ୟ ଜାରୀ ରହିଥିଲା। ଗଜପତି ମହାରାଜା ଦିବ୍ୟସିଂହ ଦେବ ନିଜେ ଅପରାହ୍ନରେ ଶ୍ରୀମନ୍ଦିରରେ ପହଞ୍ଚି ଗଣତି ମଣତି କାର୍ଯ୍ୟର ମଧ୍ୟ ଅନୁଧ୍ୟାନ କରିଥିଲେ। ସୂଚନା ଅନୁସାରେ ପ୍ରତ୍ୟେକ ରତ୍ନ ଅଳଙ୍କାରକୁ ଚିହ୍ନଟ କରାଯାଇ ତା’ର ଥ୍ରୀଡି ମ୍ୟାପିଙ୍ଗ କରାଯାଇଛି। ପ୍ରତ୍ୟେକ ରତ୍ନ ଅଳଙ୍କାରର ଭିଡିଓ ଏବଂ ଫଟୋଗ୍ରାଫି କରାଯାଇଛି। ସମ୍ପୂର୍ଣ୍ଣ ଡିଜିଟାଲ ପଦ୍ଧତିରେ ଏହି ଗଣତି ମଣତି କାର୍ଯ୍ୟ କରାଯାଉଛି।

ଏସଓପି ଅନୁଯାୟୀ ସମ୍ପୂର୍ଣ୍ଣ ସ୍ବଚ୍ଛତାରେ କିଭଳି ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ତାହା ଉପରେ ଗୁରୁତ୍ବ ଦିଆଯାଉଛି। ତେବେ ଗଜପତି ମହାରାଜା ନିଜ ପ୍ରତିକ୍ରିୟାରେ କହିଥିଲେକି ରତ୍ନ ଅଳଙ୍କାର ଗଣତି ମଣତି କାର୍ଯ୍ୟ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହୋଇଥିବାରୁ ଏହା ସମୟ ସାପେକ୍ଷ। ଏଣୁ ନିର୍ଦ୍ଦିଷ୍ଟ କେବେ ଗଣତି ମଣତି କାର୍ଯ୍ୟ ସରିବ ତାହା ଏବେ କହିବା ସମ୍ଭବପର ନୁହେଁ। ନିର୍ଭୁଲ ଭାବରେ କିଭଳି ସମସ୍ତ କାର୍ଯ୍ୟ ହୋଇପାରିବ ତାହା ଉପରେ ଗୁରୁତ୍ବ ଦିଆଯାଉଛି। ଭକ୍ତଙ୍କ ଦର୍ଶନରେ ଯେଭଳି କୌଣସି ବାଧା ନଉପୁଜେ ତାହାକୁ ଦୃଷ୍ଟିରେ ରଖାଯାଇ ବାହାର କାଠ ନିକଟରୁ ଦର୍ଶନ କରାଯାଉଥିବା ବେଳେ ସମସ୍ତ ପ୍ରକାରର କାର୍ଯ୍ୟ କରାଯାଉଅଛି ।

Latest Posts

Don't Miss