spot_img

Latest Posts

ଜଳେଶ୍ବର ବିଶ୍ଵ ପ୍ରସିଦ୍ଧ ଚନ୍ଦନେଶ୍ବରଙ୍କ ଚଡକ ପର୍ବର ଶୁଭାରମ୍ଭ ; ହୁଳହୁଳି, ଶଙ୍ଖ ଧ୍ବନିରେ କମ୍ପୁଛି ପରିବେଶ

ନନ୍ଦିଘୋଷ ବ୍ୟୁରୋ : ହରିବୋଲ, ହୁଳହୁଳି, ଶଙ୍ଖ ଧ୍ବନିରେ କମ୍ପୁଛି ପରିବେଶ । ବିଶ୍ଵ ପ୍ରସିଦ୍ଧ ଚନ୍ଦନେଶ୍ବରଙ୍କ ଚଡକ ପର୍ବର ଶୁଭାରମ୍ଭ । ୧୧ ଅର୍ଘ୍ୟରେ ପାଟଭକ୍ତ, ଦେଉଳିଆଙ୍କ ଉପବୀତ ଧାରଣ । ଆରମ୍ଭ ହୋଇଛି ବାଲେଶ୍ବର ଜିଲ୍ଲା ଭୋଗରାଇର ଚନ୍ଦନେଶ୍ବରଙ୍କ ଚଡକ ମେଳା । ଶ୍ରୀଜୀଉଙ୍କ ସତନ୍ତ୍ର ନୀତିକାନ୍ତ ସହିତ ରୁଦ୍ରାଭିଷେକରୁ ଆରମ୍ଭ ହୋଇଛି ଏହି ପର୍ବ । ପ୍ରତ୍ୟେକ ବର୍ଷ ଏହି ପର୍ବ ୧୪ ଦିନ ଧରି ଚାଲୁଥିବା ବେଳେ ଚଳିତ ବର୍ଷ ୧୧ ଦିନ ଧରି ଚାଲିବ । ମେଳାର ପ୍ରଥମ ଦିନରେ ନୀତିକାନ୍ତି ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି ।

ଶ୍ରୀଜୀଉଙ୍କ ଦ୍ବାର ଫିଟା , ଦ୍ୱାରପାଳ ଓ ନନ୍ଦିପୂଜା ପରେ ୭.୩୦ରେ ସର୍ବ ସାଧାରଣଙ୍କ ପାଇଁ ସାହାଣ ମେଲା କରାଯାଇଥିଲା । ମଧ୍ୟାହ୍ନ ୧୨.୩୦ରେ ଶ୍ରୀଜୀଉଙ୍କ ଧୂପନୀତି ଓ ୨.୩୦ରେ ଚଡକ ପର୍ବ ପାଇଁ ରୁଦ୍ରାଭିଷେକ ଆରମ୍ଭ ହୋଇଥିଲା । ପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ନେଇ ପାଟଭକ୍ତ ଓ ଅନ୍ୟମାନେ ଉପବୀତ ଧାରଣ କରିଥିଲେ । ଆଜି ଦଶମ ଅର୍ଘ୍ୟଦାନ କରାଯିବ ।

Latest Posts

Don't Miss