ବଲାଙ୍ଗୀର : ନିଆଁରେ ଜଳି ANM ଜୀବନ୍ତଦଗ୍ଧ । ମୃତକ ହେଲେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ରାମଚନ୍ଦ୍ରପୁର ଗାଁର ଦମୟନ୍ତୀ ବାରିକ। ସେ ଦେଓଗାଁ ରାମଚନ୍ଦ୍ରପୁର ସ୍ୱାସ୍ଥ୍ୟ ଉପ କେନ୍ଦ୍ରରେ କାମ କରୁଥିଲେ। ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ସ୍ଵାମୀ ନିଆଁରେ ପୋଡି ଗୁରୁତର ହୋଇଛନ୍ତି । ବିଳମ୍ବିତ ରାତିରେ ଘଟିଛି ଅଘଟଣ । କିପରି ଜଳିଗଲେ ମହିଳା ସ୍ବାସ୍ଥ୍ୟକର୍ମୀ ତାହା ଅସ୍ପଷ୍ଟ ଥିବା ବେଳେ ପାରିବାରିକ କଳହରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି । ଏହା ଅଘଟଣ ନା ଏକ ସୁଚିନ୍ତିତ ହତ୍ୟାକାଣ୍ଡ, ତାକୁ ନେଇ ପୋଲିସ ତଦନ୍ତ କରୁଛି। ସ୍ଵାମୀ ଉପେନ୍ଦ୍ର କାଳସୀଏକୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

