ଜଗତସିଂହପୁର : ମାର୍ଚ୍ଚ ସରିଗଲା। ଏବେ ବି ମଣ୍ଡିରେ ପଡିରହିଛି ଚାଷୀଙ୍କ ହଜାର ହଜାର କୁଇଣ୍ଟାଲ ଧାନ । ଚିନ୍ତାରେ ଜଗତସିଂହପୁର ଜିଲ୍ଲାର ଚାଷୀ। କୁଇଣ୍ଟାଲ କୁଇଣ୍ଟାଲ ଧାନ କରିବେ କଣ। ଯାହାକୁ ନେଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ପ୍ରବଳ ଅସନ୍ତୋଷ ଦେଖାଦେଇଛି l ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତକାଲି ଠାରୁ ଗଣ ସତ୍ୟାଗ୍ରହ ଓ ଅନଶନ କରିଛନ୍ତି ଚାଷୀ। ୧୩ଜଣ ଚାଷୀଙ୍କୁ ପୋଲିସ ଜୋର୍ ଜବରଦସ୍ତ ଉଠାଇ ନେଇଥିବାରୁ ତୁରନ୍ତ ତାଙ୍କୁ ଛାଡିବା ସହିତ ସମସ୍ତ ବଳକା ଧାନକୁ ତୁରନ୍ତ ସରକାର ଉଠାଇବା ଦାବିରେ ଗଣ ସତ୍ୟାଗ୍ରହ ଓ ଅନସନ ଚାଲିଛି l ଘଟଣାସ୍ଥଳରେ ଜଗତସିଂହପୁର ଏବଂ ରଘୁନାଥପୁର ପୋଲିସ ଉପସ୍ଥିତ ରହିଛନ୍ତି। ଧାନ ବିକ୍ରି ନେଇ ଚିନ୍ତାରେ ଚାଷୀ । ଧାର କରଜ କରି ଚାଷ କରିଥିବା ଚାଷୀ କିଭଳି ଋଣ ଶୁଝିବେ ସେହି ଚିନ୍ତାରେ ରହିଛନ୍ତି।

