spot_img

Latest Posts

ଆଜି ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ ; ବିଭିନ୍ନ ଦାବି ନେଇ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା

ମାଲକାନଗିରି : ଆଜି ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ। ବିଭିନ୍ନ ଦାବି ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ପିକେଟିଙ୍ଗ ଓ ରାସ୍ତା ଅବରୋଧ କରିଛନ୍ତି ଦଳୀୟ କର୍ମକର୍ତ୍ତା । ଦୋକାନ ବଜାର ବନ୍ଦ ରହିଛି। ଗାଡ଼ି ଚଳାଚଳ ବନ୍ଦ ରହିଥିବାବେଳେ ଅଟକି ରହିଛି ଗାଡ଼ି ମୋଟର। ଜିଲ୍ଲାରେ ଚାଷୀଙ୍କ ପାଇଁ ଉପୁଜିଥିବା ସମସ୍ୟା ଓ ମଣ୍ଡିରେ ଧାନ ପଡ଼ି ରହି ନଷ୍ଟ ହୋଇଥିବା ବେଳେ ଚାଷୀ ନାନା ସମସ୍ୟା ଭୋଗୁଛନ୍ତି। ଧାନ କ୍ରୟରେ ପ୍ରଶାସନ ବିଫଳ । ବଢୁଥିବା ଗ୍ୟାସ ସମସ୍ୟା ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ଏହି ବନ୍ଦ ପାଳନ କରାଯାଇଛି।

Latest Posts

Don't Miss