spot_img

Latest Posts

ନୀଳଗିରି ଅଞ୍ଚଳରେ ହାତୀ ଆତଙ୍କ ; ବାଡ଼ିରେ ପଶି ପନିପରିବା ଖାଇବା ସହ ନଷ୍ଟ କରିଥିବା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ନୀଳଗିରି ଅଞ୍ଚଳରେ ହାତୀ ଆତଙ୍କ । ବଡ଼ଓତା ଓ ଗାଙ୍ଗପୁରା ଅଞ୍ଚଳରେ ଆତଙ୍କ ରଚିଲେ ଦୁଇଟି ଝାଡ଼ଖଣ୍ଡି ଦନ୍ତା । ବାଡ଼ିରେ ପଶି ପନିପରିବା ଖାଇବା ସହ ନଷ୍ଟ କରିଥିବା ଅଭିଯୋଗ ।  ହାତୀ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି । ଦୁଇଟି ଝାଡ଼ଖଣ୍ଡି ଦନ୍ତା ଖାଦ୍ଯ ପାଇଁ ଗାଁ ମୁହାଁ ହୋଇ ଜଙ୍ଗଲ ଠାରୁ ୪ କିଲୋମିଟର ଦୂରରେ ରହିଛନ୍ତି ।  ଫେରିବା ପାଇଁ ଉଦ୍ୟମ କରୁଥିବା ବେଳେ ଲୋକେ ଓ ବନ କର୍ମଚାରୀ ମାନେ ହାତୀ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।  ସେପଟେ ଘରେ ପଶି ଭଙ୍ଗାରୁଜା କରିବା ସହିତ ଧନ ଜୀବନ ନଷ୍ଟ ହୋଇଯିବା ନେଇ ଚିନ୍ତାର ଲୋକେ ।

Latest Posts

Don't Miss