କଟକ : ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ। ରାଜ୍ୟର ୫୧ଟି କେନ୍ଦ୍ରରେ ୧୫ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ଅଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଫେବ୍ରୁୟାରୀ ୧୯ ରୁ ମାର୍ଚ୍ଚ ୨ ତାରିଖ ଯାଏ ହୋଇଥିଲା ପରୀକ୍ଷା । ୫ ଲକ୍ଷ ୫୦ ହଜାର ପରୀକ୍ଷାର୍ଥୀ ଦେଇଥିଲେ ପରୀକ୍ଷା। ପୂର୍ବରୁ ସଂକ୍ଷିପ୍ତ ଉତ୍ତର ଓଏମଆର ସିଟ୍ ମୂଲ୍ୟାୟନ ଆରମ୍ଭ ହୋଇସାରିଛି । ମେ ଦ୍ବିତୀୟ ସପ୍ତାହ ସୁଦ୍ଧା ପରୀକ୍ଷା ଫଳ ବାହାର କରିବାକୁ ଲକ୍ଷ୍ୟ ରଖଛି ବୋର୍ଡ ।

