spot_img

Latest Posts

ପେନସନ ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ବର : ପେନସନ ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ୫.୫୬ କୋଟି ଟଙ୍କା ପେନସନ ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ମହାନ୍ତି ଓ ପତ୍ନୀ ଗୀତାରାଣୀଙ୍କୁ ଗିରଫ କଲା ଭିଜିଲାନ୍ସ । ଫେରାର ହୋଇ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଲୁଚି ବୁଲୁଥିଲେ ଦମ୍ପତି । କୋଲକାତାରେ ସନ୍ଦିଗ୍ଧ ସ୍ଥାନ ଗୁଡିକରେ ଚଢାଉ କରିଥିଲା ଓଡିଶା ଭିଜିଲାନ୍ସ । ସକାଳୁ ଭଦ୍ରକ ଚରମ୍ପାସ୍ଥିତ ଏକ ହୋଟେଲରୁ ଉଭୟଙ୍କୁ ଗିରଫ କରାଯାଇଛି । ଗତକାଲି ପୁଅ ମାତୃପ୍ରସାଦ ମହାନ୍ତିଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଯାଜପୁର ଜିଲ୍ଲା କୋରେଇ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପାଖାପାଖି ୫ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଥିଲା । ପୂର୍ବକୋଟ ୟୁଜିଏମ୍‌ଇ ସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ମହାନ୍ତି ଅବସର ନେବା ପରେ କୋରେଇ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଅଣ-ଅଫିସିଆଲ୍ ଭାବେ ମାସିକ ବେତନ ବିଲ୍ ପ୍ରସ୍ତୁତ କରୁଥିଲେ । ଏହାର ସୁଯୋଗ ନେଇ ମୃତ ଓ ପେନସନ ପାଉଥିବା ୧୮ ଜଣ ଅବସପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଚାକିରିରେ ଥିବା ଦର୍ଶାଇ ୪୮୦ ଥର ୪ କୋଟି ୯୭ ଲକ୍ଷ ୫୫ ହଜାର ୫୧୦ ଟଙ୍କା ଉଠାଇ ନେଇଥିବା ହୋଇଥିଲା ଅଭିଯୋଗ । ତାଙ୍କ ପତ୍ନୀ, ପୁଅ, ସମ୍ପର୍କୀୟ ଓ ଘରୋଇ ସହାୟିକାଙ୍କ ନାଁରେ ଥିବା ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଉଠାଯାଇଥିଲା ଟଙ୍କା ।

Latest Posts

Don't Miss