ଭୁବନେଶ୍ବର : କଟକ ଏସସିବି ବଡ଼ ମେଡିକାଲରେ ଅଗ୍ନିକାଣ୍ଡ ଘଟଣା । ଶୋକ ପ୍ରକାଶ କଲେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ଏସସିବି ଅଗ୍ନିକାଣ୍ଡରେ ୧୦ ଜଣଙ୍କ ହୋଇଛି ମୃତ୍ୟୁ । ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଲେ ମାନସ ।
ଅନ୍ୟପଟେ ବ୍ରେକଫାଷ୍ଟ ମିଟିଂ ଲାଗି ଓଡ଼ିଶାର ସମସ୍ତ ସାଂସଦଙ୍କୁ ଆମନ୍ତ୍ରଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେବେ ଏହି ମିଟିଂରେ ଯୋଗଦେଇ ପାରିନାହାନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ। କଟକ ଏସସିବି ବଡ଼ ମେଡିକାଲରେ ଘଟିଥିବା ମର୍ମନ୍ତୁଦ ଅଗ୍ନିକାଣ୍ଡ ଘଟଣା ଯୋଗୁ ରାଷ୍ଟ୍ରପତିଙ୍କ ଅନୁରୋଧ ରକ୍ଷା କରିପାରିନାହାନ୍ତି ସାଂସଦ। ଏହି ମର୍ମନ୍ତୁଦ ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ତାଙ୍କୁ ଅତ୍ୟନ୍ତ ଦୁଃଖିତ କରିଛି। ଏପରି ଏକ ଦୁଃଖଦ ପରିସ୍ଥିତି ସମୟରେ ରାଷ୍ଟ୍ରପତିଙ୍କ ଅନୁରୋଧକୁ ରକ୍ଷା କରିପାରିନାହାନ୍ତି ସାଂସଦ।

