ନନ୍ଦିଘୋଷ ବ୍ୟୁରୋ : ପିପିଲିରେ ବାଲି ମାଫିଆଙ୍କ ଦାଦାଗିରି। ମାଇନ୍ସ ଅଧିକାରୀଙ୍କ ଗାଡ଼ି ଭାଙ୍ଗି ପ୍ରଶାସନକୁ କଲେ ଚ୍ୟାଲେଞ୍ଜ। ମାଇନ୍ସ ଅଧିକାରୀ ଙ୍କ ସହିତ ପିପିଲି ପୋଲିସ ର ଟିମ୍ ରହିଥିବା ବେଳେ ମାଇନ୍ସ ଅଧିକାରୀ ଙ୍କ ସହିତ ବଚସା କରି ଗାଡ଼ି ଭଙ୍ଗା ରୁଜା କରିଛନ୍ତି ବାଲି ମାଫିଆ। ପିପିଲି ନୂଆ ଶାସନ ପଞ୍ଚାୟତ ରେ ବେଆଇନ୍ ବାଲି ଘାଟ ଉପରେ ମାଇନ୍ସ ଅଧିକାରୀ ପୋଲିସ ଟିମ୍ ନେଇ ବିଳମ୍ବିତ ରାତିରେ ଚଢାଉ କରିଥିଲେ । ଏହି ସମୟରେ ମାଇନ୍ସ ଅଧିକାରୀ ଙ୍କ ଗାଡ଼ିକୁ ଟେକା ପଥର ମାଡ଼ କରି ଭଙ୍ଗାରୁଜା କରାଯାଇଛି। ପିପିଲି ଥାନାରେ ଆସି ଜଣାଇଥିଲେ ସୁଦ୍ଧା ଏ ସମ୍ପର୍କରେ ଏପର୍ଯ୍ୟନ୍ତ ଥାନାରେ ଅଭିଯୋଗ ହୋଇନାହିଁ। ପିପିଲି ରେ ମାଳମାଳ ବେଆଇନ ବାଲି ଘାଟ ଚାଲୁଥିବା ଅଭିଯୋଗ ହୋଇଛି। ପୂର୍ବରୁ ମଧୁପୁର ଘାଟରେ ପୋଲିସକୁ ଆକ୍ରମଣ ପରେ ଆଜି ଖଣି ଅଧିକାରୀକୁ ଆକ୍ରମଣ ପ୍ରଶାସନ କୁ ଖୋଲା ଚ୍ୟାଲେଞ୍ଜ ଦେଇଛି। ଆକ୍ରମଣ ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଖଣି ଅଧିକାରୀ ସମୀର କୁମାର ମିଶ୍ର କହିଛନ୍ତି।

