ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ମାତିଛନ୍ତି ଲେଡି ଲୁଟେରା ଗ୍ୟାଙ୍ଗ । ଆଖି ପିଛଳାକେ ଲୁଟି ନେଇଛନ୍ତି ପୁଳା ପୁଳା ସୁନା । ବିଶେଷ କରି ମନ୍ଦିର ମାନଙ୍କରେ କିମ୍ବା ମେଳା ମାନଙ୍କରେ ଦେଖିବାକୁ ମିଳୁଛି ଏମାନଙ୍କର ଉତ୍ପାତ । କିଛି ଦିନ ଆଗରୁ ସମ୍ବଲପୁରର ମାଆ ସମଲେଶ୍ଵରୀଙ୍କ ମନ୍ଦିର ପରିସରରୁ ଦଶରୁ ଅଧିକ ସୁନା ଚେନ ଲୁଟ କରିଥିବା ବେଳେ ୬ ଜଣଙ୍କୁ ଗିରଫ କରିଥିଲା ସମ୍ବଲପୁର ପୋଲିସ । ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ସମେତ ଆଉ କିଛି ଜଣ ଫେରାର ଥିବାବେଳେ ସମସ୍ତଙ୍କୁ ଗିରଫ ଦାବି କରିଛନ୍ତି ସମ୍ବଲପୁର ବାସୀ ।
ସେପଟେ ପୋଲିସର ତଦନ୍ତ ପରେ ସାମ୍ନାକୁ ଆସିଛି ଅନେକ ଡକାୟତି ଘଟଣା । କଟକ ବାଲିଯାତ୍ରା ଏବଂ ବରଗଡ଼ ଧନୁଯାତ୍ରା ସୁନା ଗହଣା ଲୁଟ ଏମାନେ କରିଥିବା ପୋଲିସ ଆଗରେ ମାନିଛନ୍ତି । ତାଙ୍କ ନିକଟରୁ ୫୦ ଗ୍ରାମ ସୁନା ସମେତ ୬୬ ହଜାର ଟଙ୍କା ଜବତ କରିଛି ପୋଲିସ । ମାଇଣ୍ଡ ଅନ୍ୟ ରାଜ୍ୟର ହୋଇଥିବା ବେଳେ ତାକୁ ଖୋଜୁଛି ପୋଲିସ । ସେ ଧର ପଡିଗଲେ ଅନେକ ଡକାୟତି ମାମଲା ସାମ୍ନାକୁ ଆସି ପାରିବ ବୋଲି କହିଛନ୍ତି ସମ୍ବଲପୁର ସହର ବାସୀ ।

