ନନ୍ଦିଘୋଷ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ତୀବ୍ର ରୂପ ନେଉଛି ଯୁଦ୍ଧ। ୧୧ ଦିନରେ ଯୁଦ୍ଧ ପହଞ୍ଚିଥିବା ବେଳେ ଇରାନ ପରେ ମିଳିତ ଭାବେ ଆକ୍ରମଣ ଜାରି ରଖିଛନ୍ତି ଆମେରିକା ଓ ଇସ୍ରାଏଲ। ଇରାନର ରାଜଧାନୀ ତେହେରାନରେ ଘନଘନ ବୋମାମାଡ଼ ହୋଇଛି। ୨୦ରୁ ଅଧିକ ବଡ଼ ବିସ୍ଫୋରଣ ହୋଇଛି। ଯାହା ସବୁଠାରୁ ଭୟଙ୍କର ବୋଲି ଜଣାପଡିଛି। ଆକ୍ରମଣରେ ଇରାନର ୪୦ ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଜବାବରେ ପ୍ରତିଆକ୍ରମଣ କରିଛି ଇରାନ। କୁଏତରେ ଥିବା ଆମେରିକୀୟ ଏୟାର ବେସ ଉପରେ ଡ୍ରୋନ ଆଟାକ କରିଛି ଇରାନ। ହାଇବ୍ରିଡ ଡ୍ରୋନ ଦ୍ଵାରା ଆକ୍ରମଣ କରିଛି ଇରାନ୍। ସେହିପରି ଇସ୍ରାଏଲ ଉପରେ ବି ଘନଘନ ବୋମାମାଡ଼ ହୋଇଛି।

