spot_img

Latest Posts

କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଏଲପିଜି ଦାମ ବୃଦ୍ଧିର କାରଣ: ବିଜେଡି

କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଏଲପିଜି ଦାମ ବୃଦ୍ଧିର କାରଣ: ବିଜେଡି

ନନ୍ଦିଘୋଷ ବ୍ୟୁରୋ: ଏଲପିଜି ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି, ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଏଲପିଜି ଦାମ ବଢ଼ିଛି ।

ସାଂସଦ ସୁଲତା ଦେଓ କହିଛନ୍ତି, ଯଦି ସରକାର କହିବେ ଯୁଦ୍ଧ ଯୋଗୁଁ ଏହା ହୋଇଛି, ତେବେ ପ୍ରଶ୍ନ ଉଠୁଛି ଯେବେ ଦର କମ ଥିଲା, ସେ ସମୟରେ କମ ଦାମରେ ଦେଉଥିଲେ କି ? ଗୃହିଣୀମାନେ ସେ ସମୟରେ କମ ଦାମରେ ଗ୍ୟାସ ପାଉଥିଲେ କି ? ସରକାର ସବସିଡି ଦେଇ ପାରିବେ । ଉପା ସରକାର ଲୋକଙ୍କୁ ସବସିଡି ଦେଉଥିଲା । ହେଲେ ଏନଡିଏ କେବଳ କର୍ପୋରେଟ ସଂସ୍ଥାଙ୍କୁ ସବସିଡି ଦେବାରେ ବ୍ୟସ୍ତ । ସାଧାରଣ ଲୋକଙ୍କ ପାଇଁ ସବସିଡି ନାହିଁ । ଏମିତି ତ ଦରଦାମ ମାଡ଼ରେ ଲୋକଙ୍କ ଅଣ୍ଟା ଭାଙ୍ଗି ଗଲାଣି । ଏବେ ପୁଣ ଏଲପିଜି ଦର ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ହୋଉଛି ।

ସେହିପରି ବିଧାୟକ ସାରଦା ଜେନା କହିଛନ୍ତି, ଦର ବୃଦ୍ଧି ନ କରି କେନ୍ଦ୍ର ସରକାର ସବସିଡି ଦିଅନ୍ତୁ l ଅତ୍ୟାବଶ ସାମଗ୍ରୀ ଦରକୁ ନିୟନ୍ତ୍ରଣ କରନ୍ତୁ ସରକାର l ଦରଦାମ ଲୋକଙ୍କୁ ବାଧୁଛି l ଦରଦାମ ନିୟନ୍ତ୍ରଣ ନହେଲେ ବିଜେଡି ପ୍ରତିବାଦ କରିବ ।

Latest Posts

Don't Miss