spot_img

Latest Posts

ଜାତିଆଣ ଆକ୍ଷେପରୁ କଥା କଟାକଟି ପରେ ଫୁଟିଲା ବୋମା

ଜାତିଆଣ ଆକ୍ଷେପରୁ କଥା କଟାକଟି ପରେ ଫୁଟିଲା ବୋମା

ନନ୍ଦିଘୋଷ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ପଦନପୁର ଛକରେ ଫୁଟିଲା ବୋମା । ଜାତିଆଣ  ଆକ୍ଷେପରୁ କଥା କଟାକଟି ପରେ ଉତକ୍ଷିପ୍ତ ହୋଇ ଯୁବକ ଫିଙ୍ଗିଲେ ଦୁଇଟି ବୋମା । ଏଥିରେ ଦୁଇ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ଜଣେ ନାବାଳକ ଗୁରୁତର ଅଛନ୍ତି । ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି ।

ସ୍ଥାନୀୟ ଲୋକେ ଅଭିଯୁକ୍ତକୁ ଧରିବା ଦାବିରେ ପିପିଲି – ଖୋର୍ଦ୍ଧା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ପୋଲିସ ବୁଝାଶୁଝା ପରେ ରାସ୍ତାରୋକ ହଟିଛି । ପୋଲିସ ଘଟଣାସ୍ଥଳରେ ଯାଞ୍ଚ କରୁଛି । ବୋମା ମାଡ଼ କରିଥିବା ଯୁବକର ନାଁ ଚନ୍ଦ୍ରକାନ୍ତ ହରିଚନ୍ଦନ ବୋଲି ଜଣାପଡ଼ିଛି । ଆହତ ହୋଇଥିବା ପିଲାମାନେ ହେଲେ ସ୍ମୃତି ରଞ୍ଜନ ନାୟକ, କୃଷ୍ଣ ନାୟକ ଓ ଆଶିଷ ନାୟକ ।

Latest Posts

Don't Miss