spot_img

Latest Posts

ଆଜି ପ୍ରଥମ ସେମିଫାଇନାଲ : ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ

ନନ୍ଦିଘୋଷ ବ୍ୟୁରୋ  ; ଆଜି କୋଲକାତା ଇଡେନ ଗାର୍ଡେନ୍ସରେ ଆଇସିସି ଟି-୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲ ଟକ୍କର। ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ । ଫାଇନାଲ ପାଇଁ ଉଭୟ ଦଳଙ୍କ ମଧ୍ୟରେ ହେବ ଲଢେଇ ।

ରେକର୍ଡ ଅନୁସାରେ ଟି-୨୦ରେ ଦକ୍ଷିଣ ଆଫ୍ରିକାର ପଲା ଭାରି ରହିଛି ।  ଉଭୟଙ୍କ ମଧ୍ୟରେ ୧୯ ମ୍ୟାଚ ଖେଳାଯାଇଛି । ୧୨ଟିରେ ଦକ୍ଷିଣ ଆଫ୍ରିକା ଜିତିଛି । ନ୍ୟୁଜିଲ୍ୟାଣ୍ଡ ୭ଟିରେ ବାଜି ମାରିଛି ।  ଟି-୨୦ ବିଶ୍ୱକପରେ ଦୁଇ ଦଳ ୫ ଥର ମୁହାଁମୁହିଁ ହୋଇଛନ୍ତି । ପାଞ୍ଚଥର ଯାକ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଛି। ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡ କେବେ ବି ଦକ୍ଷିଣ ଆଫ୍ରିକାକୁ ହରାଇ ପାରିନାହିଁ ।

ଯଦି ମାର୍ଚ୍ଚ ୪ ତାରିଖରେ ବର୍ଷା ଯୋଗୁଁ ମ୍ୟାଚ୍ ସମାପ୍ତ ହୋଇପାରିବ ନାହିଁ, ତେବେ ମାର୍ଚ୍ଚ ୫ ପାଇଁ ଏକ ରିଜର୍ଭ ଡେ ରଖାଯାଇଛି। ସେହି ଦିନ ମ୍ୟାଚ୍ ଯେଉଁଠାରେ ଛାଡ଼ିଥିଲା ​​ସେହିଠାରୁ ପୁଣି ଆରମ୍ଭ ହେବ।

କିନ୍ତୁ ଯଦି କୌଣସି କାରଣରୁ ରିଜର୍ଭ ଡେ’ରେ ଗୋଟିଏ ବି ବଲ୍ ପକାଇହେବ ନାହିଁ, ତେବେ ନିୟମ ଅନୁଯାୟୀ, ସୁପର-୮ରେ ଭଲ ସ୍ଥିତି ଥିବା ଦଳ ଫାଇନାଲରେ ପହଞ୍ଚିବ।

Latest Posts

Don't Miss