spot_img

Latest Posts

ବଲିଭିଆରେ ଭୟଙ୍କର ବିମାନ ଦୁର୍ଘଟଣା ; ୧୫ ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ : ବଲିଭିଆରେ ଭୟଙ୍କର ବିମାନ ଦୁର୍ଘଟଣା । ରାଜଧାନୀ ଲା ପାଜ ନିକଟ ଏଲ ଅଲ୍ଟୋ ସହରରେ ବିମାନ ଦୁର୍ଘଟଣା । ଏୟାର ଫୋର୍ସର ଏକ ହରିକୁଲିସ ବିମାନ ସି-୧୩୦ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଭୟାନକ ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ଖରାପ ପାଗ କାରଣରୁ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ବିମାନରେ ନୂଆ ବ୍ୟାଙ୍କ ନୋଟ ନିଆଯାଉଥିଲା । ଦୁର୍ଘଟଣା ପରେ ସବୁଆଡ଼େ ବିଞ୍ଛି ହୋଇଗଲା ନୋଟ୍ । ଏହି ଘଟଣା ପରେ ଅସ୍ଥାୟୀ ଭାବେ ବିମାନ ବନ୍ଦରକୁ ବନ୍ଦ ରଖାଯାଇଛି ।

Latest Posts

Don't Miss