ନନ୍ଦିଘୋଷ ବ୍ୟୁରୋ : ଆଜିଠୁ ମହାକାଶରେ ଦେଖାଯିବ ବିରଳ ଦୃଶ୍ୟ । ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ମହାକାଶରେ ଦୃଶ୍ୟମାନ ହେବ ଅଦ୍ଭୁତ ଦୃଶ୍ୟ । ମହାକାଶରେ ଏହି ମହାଜାଗତିକ ଦୃଶ୍ୟକୁ ସମଗ୍ର ବିଶ୍ୱବାସୀ ଖାଲି ଆଖିରେ ଦେଖିପାରିବେ । ପୃଥିବୀର ଅକ୍ଷ ରେଖାରେ ଅବସ୍ଥାନ କରିବାକୁ ଯାଉଛନ୍ତି ଅନ୍ୟ ୬ ଗ୍ରହ । ପ୍ରତିଦିନ ସୂର୍ଯ୍ୟାସ୍ତ ପରେ ୩୦ରୁ ୬୦ ମିନିଟ୍ ଏହା ଦେଖାଯିବ।
ପୃଥିବୀରେ ରହି ଖାଲି ଆଖିରେ ଏକା ବେଳେ ଦେଖିପାରିବେ ୬ ଟି ଗ୍ରହ । ବୁଧ, ଶୁକ୍ର, ବୃହସ୍ପତି, ଶନି ଗ୍ରହକୁ ଦେଖିପାରିବେ ବିଶ୍ୱବାସୀ ସେହିଭଳି ୟୁରେନ୍ସ ଓ ନେପ୍ଚ୍ୟୁନ ଗ୍ରହକୁ ଦୂରବୀକ୍ଷଣ ଯନ୍ତ୍ର ମାଧ୍ୟମରେ ଦେଖିପାରିବେ । ଏହି ଦୃଶ୍ୟ ଦୁର୍ଲଭ ବୋଲି କୁହାଯାଇଛି। ମହାକାଶ ବିଜ୍ଞାନୀଙ୍କ ମତରେ ଏହା ପଶ୍ଚିମ ଦିଗବଳୟରେ ଦୃଶ୍ୟମାନ ହେବ । ଆଲୋକମୁକ୍ତ ଓ ଧୂଳିମୁକ୍ତ ଅଞ୍ଚଳରେ ଏହା ଦେଖାଯିବ।

