ନନ୍ଦିଘୋଷ ବ୍ୟୁରୋ : ରାଜନଗରର ଚାଷୀ ତ୍ରିଲୋଚନ ନାୟକଙ୍କ ମୃତ୍ୟୁକୁ ନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ବିବାଦୀୟ ବୟାନ । ମଣ୍ଡିରେ ଦିନ ଦିନ ଧରି ଅପେକ୍ଷା କରି ତାଙ୍କ ମୃତ୍ୟୁ ହୋଇନି । ଅନ୍ୟ ରୋଗ ଯୋଗୁଁ ତାଙ୍କ ଦେହାନ୍ତ ହୋଇଥିବା ସେ କହିଛନ୍ତି । ବୟସ ହେଲାଣି ତେଣୁ ଘରକୁ ପହଂଚି ହୃଦଘାତ ହୋଇଥିବ । ଲୋକେ ଅନେକ କଥା କହିବେ । ହେଲେ ମଣ୍ଡିରେ ଅପେକ୍ଷା କରି କେହି ମରନ୍ତି ନାହିଁ । ସମବାୟ ବିଭାଗ ତଦନ୍ତ କରୁଛି । ସ୍ଥାନ ନଥିବାରୁ ଧୀରେ ଧୀରେ ଧାନ ଉଠୁଥିଲା । ୩ ଦିନ ତଳୁ ଧାନ ସ୍ୱାଭାବିକ ଭାବେ ଉଠୁଛି । ସେପଟେ ମନ୍ତ୍ରୀଙ୍କ ଏପରି ବୟନକୁ ନିନ୍ଦା କରିଛି କଂଗ୍ରେସ । ମନ୍ତ୍ରୀ ମିଛ କହୁଛନ୍ତି ବୋଲି କହିଛନ୍ତି ବରିଷ୍ଠ ନେତା ସୁର ରାଉତରାୟ । ମୃତ ଚାଷୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କଂଗ୍ରେସ ଦାବି କରୁଛି ।

