spot_img

Latest Posts

ତାଲିବାନଠାରୁ ବଞ୍ଚିବାକୁ ସାଉଦିର ଶରଣରେ ପାକିସ୍ତାନ, ରକ୍ଷା କରିବାକୁ କରୁଛି ବିନତି

ତାଲିବାନଠାରୁ ବଞ୍ଚିବାକୁ ସାଉଦିର ଶରଣରେ ପାକିସ୍ତାନ, ରକ୍ଷା କରିବାକୁ କରୁଛି ବିନତି

ନନ୍ଦିଘୋଷ ବ୍ୟୁରୋ: ତାଲିବାନ ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍ ପରେ ସ୍ଥିତି ଗମ୍ଭୀର । ତାଲିବାନର ପାଲଟା ଆକ୍ରମଣରେ ପାକିସ୍ତାନରେ ଭୟର ବାତାବରଣ । ଜୀବନ ବଞ୍ଚାଇବାକୁ ପାକିସ୍ତାନ ସାଉଦି ଆରବ ଶରଣରେ ପଶିଛି । ପାକିସ୍ତାନ ଉପ ପ୍ରଧାନମନ୍ତ୍ରୀ ଏବଂ ବିଦେଶ ମାମଲାର ପ୍ରଭାରୀ ଇଶାକ ଡାର ସାଉଦି ବିଦେଶ ମନ୍ତ୍ରୀଙ୍କୁ ଫୋନ କରି କଥା ହୋଇଛନ୍ତି । ସାଉଦି ବିଦେଶ ମନ୍ତ୍ରାଳୟ ଅନୁସାରେ କ୍ଷେତ୍ରରେ ଅସ୍ତିରତା କେମିତି କମିବ ସେ ନେଇ ସେ ନେଇ ପାକିସ୍ତାନ ପକ୍ଷରୁ ଆଲୋଚନା କରାଯାଇଛି । ସୂଚନାଯୋଗ୍ୟ, ସାଉଦି ଓ ପାକିସ୍ତାନ ପରସ୍ପର ରକ୍ଷା ସହଯୋଗୀ । ଏମିତି ସ୍ଥିତିରେ ଏହି ଫୋନ୍ କଲ ବହୁତ ଗୁରୁତ୍ବ ରଖୁଛି ।

ସାଉଦି ମନ୍ତ୍ରାଳୟ ଅନୁସାରେ, କାବୁଲରେ ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ ବିଦେଶ ମନ୍ତ୍ରୀ ଆମ ବିଦେଶ ମନ୍ତ୍ରୀ ପ୍ରିନ୍ସ ଫ୍ୟଜଲ ବିନ୍ ରହମାନଙ୍କୁ ଫୋନ କରିଥିଲେ ।

ସାଉଦିକୁ ପ୍ରଥମ କଲ୍ କାହିଁକି ?

୧. ସାଉଦି ଆରବ ପାକିସ୍ତାନର ରକ୍ଷା ସହଯୋଗୀ । ଗତବର୍ଷ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତି ହୋଇଛି । ଏହି ଅନୁସାରେ ଗୋଟିଏ ଦେଶ ଉପରେ ଆକ୍ରମଣ ଦୁଇ ଦେଶ ଉପରେ ଆକ୍ରମଣ ବୋଲି ଧରାଯିବ । ଏମିତି ସ୍ଥିତିରେ ଯଦି ପାକିସ୍ତାନ ତାଲିବାନ ସହ ଯୁଦ୍ଧ ଆଗକୁ ବଢ଼ାଏ ତେବେ ସାଉଦି ଆରବକୁ ବି ଓହ୍ଲାଇବାକୁ ପଡ଼ିବ । ଏହି କାରଣରୁ ପାକିସ୍ତାନ ପ୍ରଥମ କଲ୍ ସାଉଦି ଆରବକୁ ଲଗାଇଛି ।

୨. ସାଉଦି ଆରବ ଦୀର୍ଘଦିନରୁ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ବୁଝାମଣା କରିବାକୁ ଲାଗିଛି । ସାଉଦି କାରଣରୁ କିଛିଦିନ ପୂର୍ବେ ଆଫଗାନିସ୍ତାନ ତିନି ଜଣ ପାକିସ୍ତାନୀ ସୈନିକଙ୍କୁ ଛାଡିଥିଲା । ହେଲେ, ପାକିସ୍ତାନ ଅସ୍ତ୍ର ବିରତି ଉଲ୍ଲଂଘନ କରିବା ଦ୍ବାରା ଯୁଦ୍ଧ ସ୍ଥିତି ସୃଷ୍ଟି ହୋଇଛି । ସାଉଦି ପୁଣି ଥରେ ମଧ୍ୟସ୍ଥତା କରିବ ବୋଲି ପାକିସ୍ତାନ ଆଶା ରଖିଛି ।

୩. ସାଉଦି ଓ ତାଲିବାନ ମଧ୍ୟରେ ପ୍ରାୟ ୪୦ ମିଲିୟନ ଡଲାରର ବେପାର ହୋଇତାଏ । ଏହାବାଦ ୨୦୨୧ରୁ ୨୦୨୪ ମଧ୍ୟରେ ମାନବୀୟ ସହାୟତା ଭାବେ ସାଉଦି ତାଲିବାନକୁ ୭୦ ମିଲିୟନ ଡଲାର ଦେଇଛି । ଏମିତି ସ୍ଥିତିରେ ସାଉଦି ବି ଚାହିଁବ ନାହିଁ ଦୁଇ ଦେଶ ଯୁଦ୍ଧକୁ ଓହ୍ଲାନ୍ତୁ ।

ତାଲିବାନ କବଜାରେ ପାକିସ୍ତାନର ୧୯ ଚେକ୍ ପୋଷ୍ଟ, ୫୫ ଯବାନ ମୃତ

ଆଫଗାନିସ୍ତାନ ସରକାରଙ୍କ ପ୍ରବକ୍ତା ଜବିବୁଲ୍ଲାହ ମୁଜାହିଦଙ୍କ ଅନୁସାରେ ଆଫଗାନିସ୍ତାନ ଏକ ଅପରେସନରେ ପାକିସ୍ତାନର ୧୯ ଚେକ୍ ପୋଷ୍ଟକୁ ନିଜ ନିୟନ୍ତ୍ରଣକୁ ନେଇଛି । ଏହି ଅପରେସନ ବେଳେ ପାକିସ୍ତାନର ୫୫ ଯବନାଙ୍କ ମୃତ୍ୟୁ ଘଟିଛି । ଏହାବାଦ ଆମେ କିଛି ଯବନାଙ୍କୁ ଧରିଛୁ । ଅନ୍ୟପକ୍ଷେ ପାକିସ୍ତାନ କହୁଛି, ସେ କାବୁଲ ଓ କାନ୍ଧାରରେ ଏୟାର ଷ୍ଟ୍ରାଇକ କରିଛି । ଯେଉଁଥିରେ ୧୩୩ ଲୋକଙ୍କ ମୃତ୍ୟୁ ଘଟିଛି ।

Latest Posts

Don't Miss